Top Stories

Search here...

News

କମୁଛି ସଂକମ୍ରଣ: ଦେଶରୁ ନୂଆ ୩୦,୫୪୯ ଆକ୍ରାନ୍ତ ଚିହ୍ନଟ; ଆଉ ୪୨୨ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Sep 23, 2021 07:49 AM

ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୭,୨୬,୫୦୭ ଓ ମୃତ୍ୟୁସଂଖ୍ୟା ୪,୨୫,୧୯୫ରେ ପହଞ୍ଚିଛି ।

 

BBSR Reporters


ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪ ଶହରୁ ଅଧିକ ରହିଛି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୫୪୯ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଓ ୪୨୨ ମୃତ୍ୟୁ ରେକର୍ଡ କରାଯାଇଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୭,୨୬,୫୦୭ ଓ ମୃତ୍ୟୁସଂଖ୍ୟା ୪,୨୫,୧୯୫ରେ ପହଞ୍ଚିଛି ।

 

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୮୮୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୦୪,୯୫୮ ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଦିଆଯାଇଛି ୬୧,୦୯,୫୮୭ ଡୋଜ୍ ଟିକା ଦିଆଯାଇଥିବା ବେଳେ ମୋଟ ୪୭,୮୫,୪୪,୧୧୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।  ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅଗଷ୍ଟ ୧ ତାରିଖ ସୁଦ୍ଧା ସମୁଦାୟ ୪୬,୯୬,୪୫,୪୯୪ନମୁନା ପରୀକ୍ଷା ସରିଛି । 
 

Related News