Top Stories

Search here...

News

ଆଉ ୧୭ ଜୀବନ ନେଲା କରୋନା: ନୂଆ ୧୦,୯୮୨  ଆକ୍ରାନ୍ତ ଚିହ୍ନଟ 

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 05:32 AM

ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୫,୬୪୮ ରେ ପହଞ୍ଚିଛି । 

 

BBSR Reporters

 

 ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିଣ ବଢିବାରେ ଲାଗିଛି । ରାଜ୍ୟରୁ ଆଜି ୧୦,୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କ ଜୀବନ ଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୪୮୩୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୫,୬୪୮ ରେ ପହଞ୍ଚିଛି । 

 


ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି  । କରୋନା ଗତ ୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତକଙ୍କ ଭିତରେ ୨ ଜଣ ଭୁବନେଶ୍ୱରରୁ ଅଛନ୍ତି  । ନୂଆପଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା  । ବୌଦ୍ଧ, ପୁରୀ, ବାଲେଶ୍ୱର, ଗଞ୍ଜାମ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୨୩୨କୁ ବୃଦ୍ଧି ପାଇଛି ।

 

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୩୯ ଜଣ ରହିଥିବା ଜଣାପଡ଼ିଛି । ସେହିପରି ସୁନ୍ଦରଗଡ଼-୯୬୪, କଟକ-୮୮୫, ଯାଜପୁର-୩୪୯, ପୁରୀ-୩୯୮, ଗଞ୍ଜାମ- ୧୭୭, ନୂଆପଡ଼ା- ୩୭୮, ବଲାଙ୍ଗୀର-୪୨୬, ବାଲେଶ୍ୱର-୩୦୩, ଅନୁଗୁଳ-୫୩୯, ବରଗଡ଼-୪୩୧, କଳାହାଣ୍ଡି- ୩୭୦, ଝାରସୁଗୁଡ଼ାରୁ -୩୮୦, ନବରଙ୍ଗପୁର- ୩୩୫ ଓ ସମ୍ବଲପୁର ଜିଲ୍ଲାରୁ ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
 

Related News