Top Stories

Search here...

News

ଆଉ ୧୭ ଜୀବନ ନେଲା କରୋନା: ରାଜ୍ୟରୁ ନୂଆ ୧୦,୦୩୧ କରୋନା ସଂକ୍ରମିତ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 05:31 AM

ଆଜିକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚିଛି । 

 

BBSR Reporters

 

ଭୁବନେଶ୍ୱର:କରୋନା ସଂକ୍ରମଣ କ୍ରମାଗତ ଭାବେ ରାଜ୍ୟରେ ବଢିବଲେ ଲାଗିଛି । ରାଜ୍ୟରେ ଲଗାତାର ୫ ଦିନ ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୧୭ ଜଣଙ୍କର ଜୀବନ ନେଇଛି କରୋନା । ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ସଂଘରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୩୪୦୮ଟି ହେଉଛି ଲୋକାଲ୍ କେସ୍ ।


 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୮୨୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୋଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗିରରୁ ୨୭୪,ନୟାଗଡ଼ରୁ ୨୬୯, ଭଦ୍ରକରୁ ୨୪୮, ବାଲେଶ୍ୱରରୁ ୨୩୦, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୁବର୍ଣ୍ଣପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲ୍ରୁ ୨୭୧ ଜଣ ଅଛନ୍ତି ।

 

୧୭ ମୃତକଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ମହିଳା । ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି । ସେହିପରି ପୁରୀ ଜିଲ୍ଲାରୁ ୨ ଜଣ ଥିବା ବେଳେ ଅନୁଗୋଳ, ବଲାଙ୍ଗିର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହି ୧୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ରହିଥିଲା । ସେହିପରି ଜଣେ ସିକିଲ୍ ସେଲ୍ ରୋଗରେ ବି ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ଲିଭରରେ ସମସ୍ୟା ଥିଲା ।

ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୯ରେ ପହଞ୍ଚିଛି, ଯାହା ରାଜ୍ୟରେ ସର୍ବାଧିକ । ରାୟଗଡ଼ାରେ ଏଯାଏଁ ୭୪ ଜଣଙ୍କ ଜୀବନ ଯାଇଥିବା ବେଳେ କଳାହାଣ୍ଡିରେ ୫୮ ଓ ସୁନ୍ଦରଗଡ଼ରେ ୨୧୧ ଜଣଙ୍କ ମୃତ୍ୟୁ ଘଟିଛି ।

 

ଶେଷଥର ପାଇଁ ମେ’ ୪ ତାରିଖରେ ୧୦ ହଜାରୁ କମ୍ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମେ’ ୫ ତାରିଖରେ ୧୦,୫୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୬ ତାରିଖରେ ୧୨,୨୩୮, ୭ରେ ୧୧,୮୦୭ ଓ ୮ରେ ୧୦,୬୩୫ ଜଣ ଚିହ୍ନଟ ହୋଇଥିଲେ । ଆଉ ଗତ ୨୪ ଘଣ୍ଟାରେ ଅର୍ଥାତ୍ ମେ’ ୯ ତାରିଖରେ ରାଜ୍ୟରୁ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା ଗତ ୫ ଦିନରେ ସବୁଠୁ କମ୍ ।

 

ଆଜିକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪,୪୭,୮୬୩ ଜଣ ସୁସ୍ଥ ହୋଇସାରିଲେଣି । ୯୪,୭୬୦ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପକ୍ଷରେ ଆଉ ୧୭ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି ।

Related News