Top Stories

Search here...

News

ରାଜ୍ୟର ୧୦ ଜିଲ୍ଲାରୁୁ ୧୮ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Jun 20, 2021 02:19 AM

୧୦ଟି ଜିଲ୍ଲାରୁ ୧୮ ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । 

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରୁ ନୂଆ ୯୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା । ୧୦ଟି ଜିଲ୍ଲାରୁ ୧୮ ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । 

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନେ ସମସ୍ତେ ପୁରୁଷ । ସେମାନଙ୍କୁ ଯଥାକ୍ରମେ ୮୩, ୬୫, ୬୦ ଓ ୪୫ ବର୍ଷ ହୋଇଥିବା ବେଳେ କେହି ଅନ୍ୟ କୌଣସି ରୋଗରେ ପୀଡ଼ିତ ନଥିଲେ ।

 


ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

 

ଆଉ ୪ ଜଣ ପ୍ରାଣ ହରାଇବା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨କୁ ବଢ଼ିଥିବା ବେଳେ କଳାହାଣ୍ଡିରେ ୬୦, ରାୟଗଡ଼ାରେ ୭୬ ଓ ସୁନ୍ଦରଗଡ଼ରେ ୨୧୩ ହୋଇଛି । ବୌଦ୍ଧ ଜିଲ୍ଲାରେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଥିବା ବେଳେ ଦେବଗଡ଼ରେ ୯, ଗଜପତିରେ ୩୮, ମାଲକାନଗିରିରେ ୨୮ ଓ ପୁରୀରେ ୧୩୫ରେ ପହଞ୍ଚିଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି । ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୯୭୯୩ ସଂକ୍ରମିତଙ୍କ ମଧ୍ୟରୁ ସଂଘରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ  ୪ ହଜାର ୨୫୯ଅଛନ୍ତି  । 
 

Related News