Top Stories

Search here...

News

ପୁଣି ବଢିଲା ସଂକ୍ରମଣ:ରାଜ୍ୟରୁ ନୂଆ ୩,୪୫୬ ସଂକ୍ରମିତ ଚିହ୍ନଟ; ଆଉ ୪୬ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 09:28 PM

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ପୁରୀରୁ ୫ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

 

BBSR Reporters


ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସଂକ୍ରମିତଙ୍କ ସଂଖ୍ୟଶ ୩ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ୩ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩,୪୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ରାଜ୍ୟରୁ  ଆଉ ୪୬ ଜୀବନ ନେଇଛି କରୋନା । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୪୮୩ । 

 

ଖୋର୍ଦ୍ଧା ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୦, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୂରଭଂଜରୁ ୧୮୦, ବାଲେଶ୍ୱରରୁ ୧୭୪,, କେନ୍ଦ୍ରାପଡ଼ାରୁ ୧୪୭ ଓ ଅନୁଗୁଳରୁ ୧୧୮, ନୟାଗଡ଼ରୁ ୧୨୬, କେନ୍ଦୁଝରରୁ ୭୩, ଜଗତସିଂହପୁରରୁ ୮୧, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧, ମାଲକାନଗିରିରୁ ୮୨ ଓ କୋରାପୁଟରୁ ୮୧, ନବରଙ୍ଗପୁରରୁ ୪୨ ଆକ୍ରାନ୍ତ, ବରଗଡ଼ରୁ ୬୯, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୫୭, ଗଜପତିରୁ ୧୭, ଗଂଜାମରୁ ୧୯ ଚିହ୍ନଟ ହୋଇଛନ୍ତି ।


ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ପୁରୀରୁ ୫ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହିତ ଝାରସୁଗୁଡ଼ା, ସମ୍ବଲପୁରରୁ ୪ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଜଗତସିଂହପୁର, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ଜୀବନ ନେଇଛି କରୋନା । ସେହିପରି ଗଞ୍ଚାମ, କଳାହାଣ୍ଡି, ମୟୂରଭଂଜରୁ ୨ ଲେଖାଏଁ ଆକ୍ରାନ୍ତ ମୃତ ହୋଇଥିବା ବେଳେ କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ।
 

Related News