Top Stories

Search here...

News

ରାଜ୍ୟରୁ ନୂଆ ୧୭୦୩ କରୋନା ସଂକ୍ରମିତ ଚିହ୍ନଟ; ଆଉ ୬୯ ମୃତକଙ୍କ ସୂଚନା

Posted On - 1 month ago
Edited By Team BbsrReporters
LAST UPDATED Sep 20, 2021 10:52 PM

୬୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୋଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫ ଆକ୍ରାନ୍ତ ଆଖି ବୁଜିଛନ୍ତି ।

 

BBSR Reporters

 

ଭୁବନେଶ୍ୱର:ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ସାମାନ୍ୟ ବଢିଥିବା ଦେଖିବାକୁ ମିଳିଛି ।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନରୁ  ଚିହ୍ନଟ ହୋଇଥିବା ବେଳେ ବାକି ୭୧୫ ଟି ହେଉଛି ଲୋକାଲ୍ କେସ୍ । ସେହିପରି କରୋନାରେ ଆଉ ୬୯ ଜଣଙ୍କ ପ୍ରାଣ ହରାଇଥିବା ନେଇ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି ।

 

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୦, କେନ୍ଦ୍ରାପଡ଼ାରୁ ୧୪୯, ପୁରୀରୁ ୧୩୯ ଯାଜପୁରରୁ ୮୫, ସୁନ୍ଦରଗଡ଼ରୁ ୪୩ , ମୟୂରଭଞ୍ଜରୁ ୬୨ ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧, ନୟାଗଡ଼ରୁ ୪୬, ରାୟଗଡ଼ାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫ କଳାହାଣ୍ଡିରୁ ୧୨ ସୁବର୍ଣ୍ଣପୁର ଓ ଗଞ୍ଜାମରୁ ୧୦ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାବାଦ ଦେବଗଡ଼ÿରୁ ୯, କନ୍ଧମାଳରୁ- ୮ ଆକ୍ରାନ୍ତ , ଝାରସୁଗୁଡ଼ା ଓ କୋରାପୁଟରୁ ୫ ଲେଖାଏ, ବୌଦ୍ଧ, ମାଲକାନଗିରିରୁ ୪ ଲେଖାଏ , ବଲାଙ୍ଗିର, ଗଜପତି, ନୂଆପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏ ଓ ଷ୍ଟେଟପୁଲରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । 

 

୬୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୋଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫, କନ୍ଧମାଳରୁ ୩, ବରଗଡ଼, ପୁରୀ, ସମ୍ବଲପୁରରୁ ୪ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି, ବଳାଙ୍ଗିରରୁ ୨, କଟକ, ଭଦ୍ରକ, ଜଗତସିଂହପୁର,ନୟାଗଡ଼, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖା ଆକ୍ରାନ୍ତ ଆଖି ବୁଜିଛନ୍ତି ।

 

ଏଥିସହ ଖୋର୍ଦ୍ଧାରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୨୧ରେ ପହଞ୍ଚିଥିବା ବେଳେ, ଅନୁଗୋଳରେ ୨୪୪ , ବରଗଡ଼ରେ ୨୭୭ , ଭଦ୍ରକରେ ୬୫ , ବଳାଙ୍ଗିରରେ ୯୬ , କଟକରେ ୩୨୨, ଢେଙ୍କାନାଳରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି ।

Related News