Top Stories

Search here...

News

ରାଜ୍ୟରୁ ନୂଆ ୧୬୧୫ ସଂକ୍ରମିତ ଚିହ୍ନଟ; ଆଉ ୬୫ ମୃତକଙ୍କ ସୂଚନା ଦେଲେ ସରକାର

Posted On - 1 month ago
Edited By Team BbsrReporters
LAST UPDATED Sep 20, 2021 09:16 AM

୬୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ଅଛନ୍ତି ।

 

BBSR Reporters

 

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୧୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ  ବାକି ୬୭୮ଟି ହେଉଛି ଲୋକାଲ୍ କେସ୍ । ଏଥିସହିତ କରୋନାରେ ୬୫ ଜଣଙ୍କ ଜୀବନ ଯାଇଥିବା ନେଇ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି ।

୧୬୧୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇସାରିଲେଣି ଓ ୧୭ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି ।

 

ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨ ଜଣ ଥିବା ବେଳେ କଟକରୁ ୨୨୯, ପୁରୀରୁ ୧୨୩, ଅନୁଗୋଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ସମ୍ବଲପୁରରୁ ୧୬, ସୋନପୁରରୁ ୯ , ଭଦ୍ରକରୁ ୬୦, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୦, ଗଜପତିରୁ ୨, ଗଞ୍ଜାମରୁ ୭, ଜଗତସିଂହପୁରରୁ ୯୬, ଯାଜପୁରରୁ ୭୦, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୧୫, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୪୨, ନୂଆପଡ଼ାରୁ ୫, ରାୟଗଡ଼ାରୁ ୯,  ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ୍ ପୁଲ୍ରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି ।

 

 

୬୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଅନୁଗୋଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ଭଦ୍ରକ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

 

ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୪୭, ବାଲେଶ୍ୱରରେ ୧୮୧, ବରଗଡ଼ରେ ୨୮୪, କୋରାପୁଟରେ ୭୧, ମୟୂରଭଞ୍ଜରେ ୨୦୩, ନୂଆପଡ଼ାରେ ୭୯, ପୁରୀରେ ୩୪୬, ସମ୍ବଲପୁରରେ ୧୭୪ , ଭଦ୍ରକରେ ୬୭, ବଲାଙ୍ଗିରରେ ୯୯, କଟକରେ ୩୨୫, ଢେଙ୍କାନାଳରେ ୧୧୭,ଗଜପତିରେ ୮୧, ଗଞ୍ଜାମରେ ୪୩୧, ଜଗତସିଂହପୁରରେ ୯୨, ଯାଜପୁରରେ ୬୬, ଝାରସୁଗୁଡ଼ାରେ ୧୫୧, କଳାହାଣ୍ଡିରେ ୧୯୫, କେନ୍ଦ୍ରାପଡ଼ାରେ ୧୨୮, କେନ୍ଦୁଝରରେ ୧୨୬, ଓ ସୁନ୍ଦରଗଡ଼ରେ ୫୦୯କୁ ବୃଦ୍ଧି ପାଇଛି ।
 

Related News