Top Stories

Search here...

News

କମିଲା ସଂକ୍ରମଣ; ରାଜ୍ୟରୁ ନୂଆ  ୧,୦୩୨ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬ ହଜାର ଟପିଲା

Posted On - 1 month ago
Edited By Team BbsrReporters
LAST UPDATED Sep 19, 2021 06:26 PM

କରୋନାରେ ଆଉ ୬୭ ପ୍ରାଣ ହରାଇଥିବା ନେଇ  ସୂଚନା ଦେଇଛନ୍ତି ସରକାର ।

 

BBSR Reporters


ଭୁବନେଶ୍ୱର: ବିଗତ କିଛି ସପ୍ତାହ ଧରି କରୋନା ସଂକ୍ରମଣ ୧୫ ଶହ ପାଖାପାଖି ରହୁଥିବା ବେଳେ ଆଜି ସଂକ୍ରମଣ ୧ ହଜାରରୁ ସାମାନ୍ୟ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ  ୧,୦୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା  ବାକି ୪୩୪ଟି ହେଉଛି ଲୋକାଲ୍ କେସ୍ । କରୋନାରେ ଆଉ ୬୭ ପ୍ରାଣ ହରାଇଥିବା ନେଇ  ସୂଚନା ଦେଇଛନ୍ତି ସରକାର । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୦୩୩କୁ ବୃଦ୍ଧି ପାଇଛି ।

 

୧,୦୩୨ଟି ନୂଆ ଆକ୍ରାନ୍ତଙ୍କ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୮ ହଜାର ୬୦୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ ହଜାର ୫୦ ଜଣ ଚିକିତ୍ସାଧୀନ ଅଛନ୍ତି ।

 

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଥିବା ବେଳେ କଟକରୁ ୧୫୪, ନୟାଗଡ଼ରୁ ୩୦, ନୂଆପଡ଼ାରୁ ଜଣେ, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୯, ସୋନପୁରରୁ ୧୦,  ସୁନ୍ଦରଗଡ଼ରୁ ୨୩, ଅନୁଗୋଳରୁ ୪୮, ବାଲେଶ୍ୱରରୁ ୩୬, ବରଗଡ଼ରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୮, ଜଗତସିଂହପୁରରୁ ୮୨, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୨୩, କୋରାପୁଟରୁ ୯, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୬ ଓ ଷ୍ଟେଟ୍ ପୁଲ୍ରୁ ୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

୬୭ ମୃତକଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧୧, କଟକରୁ ୧୦, ପୁରୀରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ଅନୁଗୋଳ ଓ ଭଦ୍ରକରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

 

ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୬୦, ବାଲେଶ୍ୱରରେ ୧୯୨, କେନ୍ଦ୍ରାପଡ଼ାରେ ୧୩୯, କେନ୍ଦୁଝରରେ ୧୩୦, ପୁରୀରେ ୩୬୮, ବରଗଡ଼ରେ ୨୯୦, ଭଦ୍ରକରେ ୮୬, କଟକରେ ୩୫୭, ଢେଙ୍କାନାଳରେ ୧୨୫, ଗଞ୍ଜାମରେ ୪୪୭, ଜଗତସିଂହପୁରରେ ୧୦୩, ଯାଜପୁରରେ ୭୪, ଝାରସୁଗୁଡ଼ାରେ ୧୫୭, ବଲାଙ୍ଗିରରେ ୧୦୨,  ବୌଦ୍ଧରେ ୧୦୫, ଦେବଗଡ଼ରେ ୩୮, ଗଜପତିରେ ୮୨, କଳାହାଣ୍ଡିରେ ୧୯୮, କନ୍ଧମାଳରେ ୭୫, କୋରାପୁଟରେ ୭୩, ମାଲକାନଗିରିରେ ୪୫, ମୟୂରଭଞ୍ଜରେ ୨୧୧, ନବରଙ୍ଗପୁରରେ ୬୩, ନୟାଗଡ଼ରେ ୧୪୯, ନୂଆପଡ଼ାରେ ୭୯, ରାୟଗଡ଼ରେ ୧୫୯, ସମ୍ବଲପୁରରେ ୧୭୬ ,  ସୁବର୍ଣ୍ଣପୁରରେ ୪୭  ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୩୮କୁ ବୃଦ୍ଧି ପାଇଛି ।
 

Related News