Top Stories

Search here...

News

ରାଜ୍ୟରୁ ନୂଆ ୧୫୫୮ ପଜିଟିଭ୍ ଚିହ୍ନଟ; ଆଉ ୬୬ ମୃତ

Posted On - 1 month ago
Edited By Team BbsrReporters
LAST UPDATED Sep 20, 2021 07:25 PM

୧୫୫୮ଟି ନୂଆ  ସଂକ୍ରମିତଙ୍କ ସମେତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୫ ହଜାର ୬୯୦ରେ ପହଞ୍ଚିଯାଇଛି ।

 

BBSR Reporters


ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୫୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୫୪ଟି ହେଉଛି ଲୋକାଲ୍ କେସ୍ । ଏଥିସହିତ କରୋନାରେ ୬୬ ଜଣଙ୍କ ଜୀବନ ଯାଇଥିବା ନେଇ  ସରକାର ତଥ୍ୟ ଦେଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୮୩୪କୁ ବୃଦ୍ଧି ପାଇଛି ।

 

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୧, ଅନୁଗୋଳରୁ ୮୦, ବାଲେଶ୍ୱରରୁ ୯୭, ବରଗଡ଼ରୁ ୬, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୨, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୪, ସୋନପୁରରୁ ୮ , ଭଦ୍ରକରୁ ୪୨, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୩, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨୩, ଗଜପତିରୁ ୩, ଗଞ୍ଜାମରୁ ୭, ଜଗତସିଂହପୁରରୁ ୬୭, ଯାଜପୁରରୁ ୭୮, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୧୪, କୋରାପୁଟରୁ ୨, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୩,  ସୁନ୍ଦରଗଡ଼ରୁ ୨୮ ଓି ଷ୍ଟେଟ୍ ପୁଲ୍ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।


୧୫୫୮ଟି ନୂଆ  ସଂକ୍ରମିତଙ୍କ ସମେତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୫ ହଜାର ୬୯୦ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୩ ହଜାର ୮୮ଜଣ ସୁସ୍ଥ ହୋଇଛନ୍ତି ଓ ୧୬ ହଜାର ୭୧୫ ଜଣ ଚିକିତ୍ସାଧୀନ ଅଛନ୍ତି ।

 

୬୬ ଜଣ ମୃତକଙ୍କ ମଧ୍ୟରୁ  ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ ଥିବା ବେଳେ କଟକରୁ ୧୦, ଖୋର୍ଦ୍ଧାରୁ ୮, ଭଦ୍ରକରୁ ୬, ଯାଜପୁରରୁ ୫, ଗଞ୍ଜାମ, ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଦେବଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଏଁ ଅଛନ୍ତି ।

 

ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୧୩୮ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୧୮୩, ଭଦ୍ରକରେ ୭୩, ବୌଦ୍ଧରେ ୧୦୪, କୋରାପୁଟରେ ୭୨, ମୟୂରଭଞ୍ଜରେ ୨୦୫, ପୁରୀରେ ୩୫୦, କଟକରେ ୩୩୫, ଦେବଗଡ଼ରେ ୩୮, ଗଜପତିରେ ୮୨, ଗଞ୍ଜାମରେ ୪୩୫, ଜଗତସିଂହପୁରରେ ୯୬, ଯାଜପୁରରେ ୭୧, ଝାରସୁଗୁଡ଼ାରେ ୧୫୩, କଳାହାଣ୍ଡିରେ ୧୯୬, କନ୍ଧମାଳରେ ୭୩, କେନ୍ଦ୍ରାପଡ଼ାରେ ୧୩୦ ଓ ସୁନ୍ଦରଗଡ଼ରେ ୫୨୦କୁ ବୃଦ୍ଧି ପାଇଛି ।

Related News