Top Stories

Search here...

News

ରାଜ୍ୟରୁ ନୂଆ ୧୫୭୮ ସଂକ୍ରମିତ ଚିହ୍ନଟ; ୬୮ ମୃତକଙ୍କ ସୂଚନା ଦେଲେ ସରକାର

Posted On - 1 month ago
Edited By Team BbsrReporters
LAST UPDATED Sep 20, 2021 01:19 AM

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୦୨କୁ ବୃଦ୍ଧି ପାଇଛି ।

 

BBSR Reporters


ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା  ବାକି ୬୬୩ଟି ହେଉଛି ଲୋକାଲ୍ କେସ୍ । ଏଥିସହିତକ କରୋନାରେ ଆଉ ୬୮ ଜଣଙ୍କ ଜୀବନ ଯାଇଥିବା ନେଇ  ସୂଚନା ଦେଇଛନ୍ତି ସରକାର । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୦୨କୁ ବୃଦ୍ଧି ପାଇଛି ।

 

୧୫୭୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୧୬ ହଜାର ୩୮୪ ଜଣ ଚିକିତ୍ସାଧୀନ ଅଛନ୍ତି ।

 

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୩୬ ଜଣ ଥିବା ବେଳେ କଟକରୁ ୨୧୨, ଅନୁଗୋଳରୁ ୪୭, ବାଲେଶ୍ୱରରୁ ୭୮, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୧୮, ସୋନପୁରରୁ ୧୨, ସୁନ୍ଦରଗଡରୁ ୨୯, ବରଗଡ଼ରୁ ୯, ଭଦ୍ରକରୁ ୫୨, ବଲାଙ୍ଗିରରୁ ୮, ବୌଦ୍ଧରୁ ୪, ଦେବଗଡ଼ରୁ ୮, ଢେଙ୍କାନାଳରୁ ୧୯, ଗଜପତିରୁ ୧୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୧୩, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୭, କୋରାପୁଟରୁ ୧୪, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୨, ପୁରୀରୁ ୧୦୯, ଷ୍ଟେଟ୍ ପୁଲ୍ରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି ।



୬୮ ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ସର୍ବାଧିକ ୮ ଜଣ ଥିବା ବେଳେ ଖୋର୍ଦ୍ଧା ଓ ଗଞ୍ଜାମରୁ ୭ ଜଣ ଲେଖାଏଁ, ବାଲେଶ୍ୱର ଓ ପୁରୀରୁ ୫ ଜଣ ଲେଖାଏଁ, କଟକ ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗିର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, ସମ୍ବଲପୁର ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ଅଛନ୍ତି ।

 

ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୫୫, କଟକରେ ୩୩୯, ଗଞ୍ଜାମରେ ୪୪୨, ଜଗତସିଂହପୁରରେ ୯୮, ଯାଜପୁରରେ ୭୨, କଳାହାଣ୍ଡିରେ ୧୯୮, କନ୍ଧମାଳରରେ ୭୪, କେନ୍ଦ୍ରାପଡ଼ାରେ ୧୩୩, କେନ୍ଦୁଝରରେ ୧୨୯, ମୟୂରଭଞ୍ଜରେ ୨୦୯, ବାଲେଶ୍ୱରରେ ୧୮୮, ବରଗଡ଼ରେ ୨୮୭, ଭଦ୍ରକରେ ୭୫, ବଲାଙ୍ଗିରରେ ୧୦୨, ବୌଦ୍ଧରେ ୧୦୫, ନବରଙ୍ଗପୁରରେ ୬୨, ନୟାଗଡ଼ରେ ୧୪୬, ପୁରୀରେ ୩୫୫ ଓ ସମ୍ବଲପୁରରେ ୧୭୬କୁ ବୃଦ୍ଧି ପାଇଛି ।
 

Related News