Top Stories

Search here...

News

ପୁଣି ବଢିଲା ସଂକ୍ରମଣ; ରାଜ୍ୟରୁ ନୂଆ ୧୩୧୫  ସଂକ୍ରମିତ ଚିହ୍ନଟ; ଆଉ ୬୬ ମୃତକଙ୍କ ସୂଚନା

Posted On - 1 month ago
Edited By Team BbsrReporters
LAST UPDATED Sep 20, 2021 12:56 PM

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧୩, କଟକରୁ ୧୯୮, ପୁରୀରୁ ୬୭, ମୟୂରଭଞ୍ଜରୁ ୬୨, ଅନୁଗୋଳରୁ ୫୨, ବାଲେଶ୍ୱରରୁ ୪୩ ଏବଂ ଷ୍ଟେଟ ପୁଲ୍ରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

BBSR Reporters

 


ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ରାଜ୍ୟରେ କରୋନା ସଂକ୍ରମଣ ହାର ୧୫ ଶହ ପାଖାପାଖି ରହୁଥିବା ବେଳେ ଦୁଇ ଦିନ ହେବ ସଂକ୍ରମଣ  ହାର କମିଥିଲା । ଦୁଇ ଦିନ ହେବ ରାଜ୍ୟରେ ସଂକ୍ରମଣ ହଜାରରୁ ୧୧ ଶହ ମଧ୍ୟରେ ରହୁଥିବା ବେଳେ  ଗତ ୨୪ ଘଣ୍ଟାରେ ୧୩୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ  ୭୬୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ  ବାକି ୫୫୩ଟି ହେଉଛି ଲୋକାଲ୍ କେସ୍ । ସେହିପରି କରୋନାରେ  ୬୬ ଜଣଙ୍କ ଜୀବନ ଯାଇଥିବା ନେଇ  ସୂଚନା ଦେଇଛନ୍ତି ସରକାର । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି ।

 

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧୩, କଟକରୁ ୧୯୮, ପୁରୀରୁ ୬୭, ମୟୂରଭଞ୍ଜରୁ ୬୨, ଅନୁଗୋଳରୁ ୫୨, ବାଲେଶ୍ୱରରୁ ୪୩, ବରଗଡ଼ରୁ ୨, ଭଦ୍ରକରୁ ୪୯, ବଳାଙ୍ଗିରରୁ ୪, ବୌଦ୍ଧରୁ ୪, , ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୮୯  କଳାହାଣ୍ଡିରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୩, , କୋରାପୁଟରୁ ୬, ମାଲକାନଗିରିରୁ ୫, , ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୬, , ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୨୩, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍ରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


୬୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮, ପୁରୀରୁ ୯ , ଅନୁଗୋଳରୁ ୫, ଭଦ୍ରକରୁ ୨, ବଳାଙ୍ଗିରରୁ ୨, କଟକରୁ ୧୦, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଝାରସୁଗୁଡ଼ା, ଯାଜପୁରରୁ ୩ ଲେଖାଏ, କଳାହାଣ୍ଡିରୁ ୧, ମୟୂରଭଞ୍ଜରୁ ୬, ନୟାଗଡ଼ରୁ ୨, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

 

ଏହାକୁ ମିଶାଇ ଖୋର୍ଦ୍ଧାରୁ ୧୨୦୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୨୦ , ନୟାଗଡ଼ରୁ ୧୫୨ , ପୁରୀରୁ ୩୮୪ , ସୁନ୍ଦରଗଡ଼ରୁ ୫୯୩, ଅନୁଗୋଳରୁ  ୨୬୭, ଭଦ୍ରକରୁ ୯୧, ବଳାଙ୍ଗିରରୁ ୧୦୫ , କଟକରୁ ୩୭୬ , ଢେଙ୍କାନାଳରୁ ୧୨୮ , ଗଞ୍ଜାମରୁ ୪୫୦ , ଝାରସୁଗୁଡ଼ାରୁ ୧୬୦ , ଯାଜପୁରରୁ ୭୯ , କଳାହାଣ୍ଡିରୁ୨୦୧ , କନ୍ଧମାଳରୁ ୭୬ , କେନ୍ଦ୍ରାପଡ଼ାରୁ ୧୪୬  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
 

Related News