Top Stories

Search here...

News

ଦେଶରୁ ନୂଆ ୨୫,୪୦୪ ନୂଆ ସଂକ୍ରମିତ ଚିହ୍ନଟ; ଆଉ ୩୩୯ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Oct 17, 2021 03:58 PM

ନୂଆ ଆକ୍ରାାନ୍ତଙ୍କୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୨,୮୯,୫୭୯ ଓ ମୃତ୍ୟୁସଂଖ୍ୟା ୪,୪୩,୨୧୩ରେ ପହଞ୍ଚିଛି ।

 

BBSR Reporters


ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ସଂଖ୍ୟା ୨୫ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସାମାନ୍ୟ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୫,୪୦୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୩୯ ମୃତ୍ୟୁ ରେକର୍ଡ କରାଯାଇଛି । 

 

ନୂଆ ଆକ୍ରାାନ୍ତଙ୍କୁ ୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୨,୮୯,୫୭୯ ଓ ମୃତ୍ୟୁସଂଖ୍ୟା ୪,୪୩,୨୧୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୪,୮୪,୧୫୯ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୬୨,୨୦୭ ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୫,୨୨,୩୮,୩୨୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୭୮,୬୬,୯୫୦ ଡୋଜ୍ ଟିକା । ଏବେ ସବୁଠି ସଂକ୍ରମଣ କମ ଥିଲେ ମଧ୍ୟ କେରଳରେ ସଂକ୍ରମଣ ହାର ଅଧିକ ରହିଛି ।

Related News