Top Stories

Search here...

News

ଆଜିଠୁ ରାଜଧାନୀରେ କୋଭିଡ କଟକଣା କଡାକଡି; ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ 

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 08:59 PM

ସହର ବୁଲି ସ୍ଥିତି ପରକ୍ଷିଲେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦଶୟୀ , ଡିସିପି ଉମା ଶଙ୍କର ଦାସ  ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ  ଅଧିକ ରହିଛି । ଆଜି ଭୁବନେଶ୍ୱରରୁ ୧୦୩ କରୋନା ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣା କଡାକଡି କରି ଦିଆଯାଇଛି । ସହରରେ ଥିବା ପ୍ରୁମଖ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥାଗୁଡିକ କୋଭିଡ ନିୟମ ପାଳନ ପାଇଁ କଡା ନିଦେ୍ର୍ଧଶ ଦିଆଯାଇଛି । ଏପରି ସ୍ଥଳେ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ କୋଭିଡ ନିୟମ କଡାକଡି କରାଯାଇଛି । ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସହର ବୁଲିବା ସହ ସ୍ଥିତି ପରଖିଛନ୍ତିି ।

 

 


କୋଭିଡ ନିୟମ ପାଳନ ନେଇ ଆଜିଠୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେଉଛି । କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । ଆଜି ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ, ରାଜମହଲ ଆଦି ଅଞ୍ଚଳରେ ପୁଲିସ ପକ୍ଷର ଯାଞ୍ଚ ମଧ୍ୟ କଡାକଡି କରାଯାଇଛି । ଏପରି ସ୍ଥଳେ କୋଭିଡ ନିୟମ ପାଳନ ନେଇ ଉଭୟ କଟକ ଏବଂ ଭୁବନେଶ୍ୱରରେ ପୁଲିସ ପକ୍ଷରୁ ସଚେତନ ମଧ୍ୟ କରାଯାଇଛି । କଟକରେ ଡିସିପି ପ୍ରତୀକ ସିଂ ସହର ବୁଲି ଦୋକାନୀମାନଙ୍କୁ କୋଭିଡ କଟକଣା ପାଳନ କରିବାକୁ ଅନୁରୋଧ କରିଥିବା ବେଳେ ଭୁବନେଶ୍ୱେରେ ନିଜେ ପୁଲିସ କମିଶନର ସହର ବୁଲିଛନ୍ତିି । ବୁଧବାର ସନ୍ଧ୍ୟା ବେଳେ ପୁଲିସ କମିଶନର ସୌମେନ୍ଦ୍ର  ପ୍ରିୟଦର୍ଶୀ ଏକ ପୁଲିସ ଟିମ୍ ସହ ବାପୁଜୀ ନଗର, ମାଷ୍ଟର କ୍ୟାଣ୍ଟିନ, ରେଳ ଷ୍ଟେସନ, ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳ ବୁଲି ଦେଖିଛନ୍ତି । ବୁଲିବା ସମୟରେ କମିଶନର ଦୋକାନୀମାନଙ୍କୁ କୋଭିଡ ନିୟମାବଳୀ ପାଳନ କରିବାକୁ ନେଇ ସଚେତନ ମଧ୍ୟ କରିଛନ୍ତି ।

 


ତେବେ ବାପୁଜୀ ନଗରରେ ଥିବା ଏକ ଫାଷ୍ଟ ଫୁଡ ଦୋକାନରେ ସାମାଜିକ ଦୂରତା ନ ଥିବା ଯୋଗୁ ଉକ୍ତ ଦୋକାନକୁ ବନ୍ଦ କରାଯାଇଛି । ପୁଲିସ କମିଶନରଙ୍କ ନିଦେ୍ର୍ଧଶ କ୍ରମେ ଉକ୍ତ ଦୋକାନକୁ ବନ୍ଦ କରାଯିବା ସହ ମାକେର୍ଟରେ ଥିବା ଅନ୍ୟ ଦୋକାନ ଗୁଡିକୁ କୋଭିଡ କଟକଣା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଗୁରୁବାର ଠୁ ରାଜଧାନୀରେ ସବୁ ସ୍ଥାନରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ କମିଶନର ନିଦେ୍ର୍ଧଶ ଦେଇଛନ୍ତି ।
 

Related News