Top Stories

Search here...

News

ଟିକା ପାଇଁ କଟକ, ଯାଜପୁର ମେଡିକାଲରେ ପ୍ରବଳ ଭିଢ

Posted On - 1 month ago
Edited By Team BbsrReporters
LAST UPDATED Jun 21, 2021 09:45 PM

ଦିନ ବଢିଲେ, ଭିଡ଼ ବଢିବାର  ଆଶଙ୍କା ଥିବାରୁୁ ଲୋକେ ରାତି ୩ଟା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି ।

 

BBSR Reporters

 


କଟକ: ଟିକା ନେବା ପାଇଁ କଟକର ଏସସିବି ମେଡିକାଲ କଲେଜରେ ପ୍ରବଳ ଭିଢ ଦେଖିବାକୁ ମିଳିଛି । ଲୋକେ ରାତି ୩ଟାରୁ ମେଡିକାଲ ସାମ୍ନାରେ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଦିନ ବଢିଲେ, ଭିଡ଼ ବଢିବାର  ଆଶଙ୍କା ଥିବାରୁୁ ଲୋକ  ଧାଡିରେ ଛିଡ଼ାହୋଇ ରହିଥିଲେ । 

 

 ଯାଜପୁର ରୋଡ ମେଡିକାଲରେ ମଧ୍ୟ ଲୋକେ ଟିକା ନେବା ପାଇଁ ରାତି ୪ଟାରୁ ଧାଡି ଲଗାଇଥିବା ଦେଖିବାକୁ ମିଳିଛି । ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ ହୋଇଛି  । ପୂର୍ବରୁ ଟୋକନ ଜରିଆରେ ଲୋକଙ୍କ ଟିକାକରଣ ହେଉଥିବାବେଳେ ଭିଡ କମ୍ କରିବାକୁ ଏବେ ହସ୍ପିଟାଲ କର୍ତୃପକ୍ଷ ହିତାଧିକାରୀଙ୍କୁ ଫୋନ କରି ଟିକା ନେବା ପାଇଁ ଡାକୁଛନ୍ତି । ଅର୍ଥାତ ଯେଉଁ ନିର୍ଦ୍ଧାରିତ ହିତାଧିକାରୀଙ୍କୁ ଫୋନ ଯାଇଥିବ କେବଳ ସେହିମାନେ ହିଁ ଟିକା ନେବା ପାଇଁ ଆସିବେ । 

 

ତେବେ ରାଜ୍ୟରେ ଅଧିକାଂଶ ଟିକା କେନ୍ଦ୍ରରେ ଭିଡ ଦେଖିବାକୁ ମିଳୁଛି । ଟିକା ନେଲେ ହିଁ କରୋନାରୁ ମୁକ୍ତି ମିଳିବ ବୋଲି ଲୋକଙ୍କ ଚିନ୍ତାଧାରା ଥିବାରୁ ଟିକା କେନ୍ଦ୍ରରେ ଭିଡ ଦେଖିବାକୁ ମିଳୁଛି । ହେଲେ ଅଧିକାଂଶ ଗାଁ ଅଞ୍ଚଳରେ ଏବେବି ଟିକା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । 
 

Related News