Top Stories

Search here...

News

ମମିତା ହତ୍ୟା ଘଟଣା ସିଡବ୍ଲୁ୍ୟସିର ହସ୍ତକ୍ଷେପ: ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

Posted On - 1 month ago
Edited By Prabir Kumar
LAST UPDATED Dec 03, 2021 02:52 PM

ଡିଜିପି ଅଭୟଙ୍କୁ ମାମଲାର ତଦନ୍ତ ନିଦେ୍ର୍ଧଶ ଦେବା ସହ  ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିଦେ୍ର୍ଧଶ ଦେଲେ ଜାତୀୟ ମହିଳା କମିଶନ ।

 

 

BBSR Reporters

 

 

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ(ସିଡବ୍ଲୁ୍ୟୃସି) । ଏନେଇ ସିଡବ୍ଲୁ୍ୟୃସି ଅଧ୍ୟକ୍ଷା ରେଖା ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିେ ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ କହିଛନ୍ତି  ।  ଡିଜିପି ଅଭୟଙ୍କୁ ମାମଲାର ତଦନ୍ତ ନିଦେ୍ର୍ଧଶ ଦେବା ସହ  ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିଦେ୍ର୍ଧଶ ଦେଲେ ଜାତୀୟ ମହିଳା କମିଶନ । ମମିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଦେବାକୁ ସିଡବ୍ଲୁ୍ୟୃସି ଅଧ୍ୟକ୍ଷା କହିଛନ୍ତି ।

 

 

 ନିର୍ଦ୍ଧିଷ୍ଟ ସମୟରେ ତଦନ୍ତ ସାରି ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା । ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଛି । ସ୍କୁଲର ଅଧ୍ୟକ୍ଷ ଗୋବିନ୍ଦ ସାହୁ ତାଙ୍କ ର୍କା ଭିତରେ ମମିତାଙ୍କୁ ହତ୍ୟା କରିଛନ୍ତି । ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କା କରି ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା । ଏବେ ଏହି ଘଟଣା ଉପରୁ ପର୍ଦ୍ଧା ହଟିବା ପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଛି । ତେବେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ କରିବା ପାଇଁ ପୁଲିସ ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ।

 


ସେପଟେ ଗିରଫ ହୋଇଥିବା ଗୋବିନ୍ଦଙ୍କ ସହିତ ଶାସକ ବିଜେଡିର ବଡ଼ ବଡ଼ ନେତାଙ୍କ ଫଟୋ ସାମ୍ନାକୁ ଆସିଛି । ଯାହାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ସେ ନିୟମିତି ଗୋବିନ୍ଦଙ୍କୁ ସ୍କୁଲକୁ ଯାଉଥିଲେ ଓ ରାତ୍ର ଯାପନ କରୁଥିଲେ ବୋଲି ବିଜେପି ଏବଂ କଂଗ୍ରେସ ଦାବି କରିଛନ୍ତି । ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବି

Related News