Top Stories

Search here...

News

ଧୋନି, କୋହଲିଙ୍କ ପଛରେ ପକାଇ ରେକର୍ଡ କଲେ ପାକିସ୍ତାନ ଖେଳାଳି

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 10:37 PM

ଟାର୍ଗେଟର ପିଛା କରି ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର


BBSR Reporters


ଜୋହାନ୍ସବର୍ଗ : ସାମ୍ନାରେ ଥିଲା ୩୪୨ ରନର ବିଶାଳ ଟାର୍ଗେଟ। ବଡ଼ ସ୍କୋର ଯୋଗୁ ଚାପର ସମ୍ମୁଖୀନ ହେବା ସ୍ବାଭାବିକ । କିନ୍ତୁ ନା ଚାପକୁ ନା ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କୁ ଖାତିର କରି ନ ଥିଲେ ଫଖର ଜାମନ। ଏକାକୀ ମ୍ୟାଚରେ ପାକିସ୍ତାନର ଆଶା ନେଇ ଚାଲିଥିଲେ। ଅବଶ୍ୟ ଦଳକୁ ଜିତାଇ ପାରିଲେ ନାହିଁ। ଆଉ ଖେଳିଥିଲେ ୧୯୩ ରନ୍‌ର ଦର୍ଶନୀୟ ଇନିଂସ। ତାଙ୍କର ଏହି ପାଳିରେ ସାମିଲ ଥିଲା ୧୮ ଚୌକା ଓ ୧୦ ଛକା।


ଦିନିକିଆ ମ୍ୟାଚ୍‌ରେ ଟାର୍ଗେଟର ପିଛା କରୁଥିବାବେଳେ ଏହା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ଲାଗି ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ଧାରାରେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ପାକିସ୍ତାନ ଓପନର। ୨୦୦୫ରେ ଜୟପୁରଠାରେ ଶ୍ରୀଲଙ୍କା ବିପକ୍ଷରେ ଧୋନୀ ଖେଳିଥିଲେ ୧୮୩ ରନ୍‌ର ନଟ୍‌ଆଉଟ୍‌ ପାଳି। ସେହିଭଳି କୋହଲି ୨୦୧୨ରେ ବାଂଲାଦେଶ ବିପକ୍ଷରେ ୧୮୩ ରନ କରିଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କ କ୍ୟାରିୟରର ତାହା ଶ୍ରେଷ୍ଠ ଦିନିକିଆ ଇନିଂସ। ତେବେ ଦିନିକିଆ ମ୍ୟାଚ୍‌ର ଦ୍ୱିତୀୟ ପାଳିରେ ସର୍ବାଧିକ ରନ୍‌ କରିବାର ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ଶେନ ଓ୍ବାଟଶନଙ୍କ ନାମରେ ଥିଲା। ସେ ୨୦୧୧ରେ ମିରପୁରଠାରେ ବାଂଲାଦେଶ ବିପକ୍ଷରେ ୧୮୫ * ରନ୍‌ର ଇନିଂସ ଖେଳିଥିଲେ।

Related News