Top Stories

Search here...

News

+୨ ପରିଷଦର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ  ଡ. ତୁଷାରକାନ୍ତି ତ୍ରିପାଠୀ

Posted On - 1 week ago
Edited By Team BbsrReporters
LAST UPDATED Apr 19, 2021 08:51 AM

+୨ ପରିଷଦର ସଚିବ  ଥିବା ସମୟରେ  ପରୀକ୍ଷାରେ କପି ରୋକିବା ଲାଗି ଅଭିନବ ବ୍ୟବସ୍ଥା ଲାଗୁ କରିବା ସହ ସ୍କ୍ୱାଡିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଥିଲେ ।

 

BBSR Reporters

 

ଭୁବନେଶ୍ୱର: ଡ. ତୁଷାକାନ୍ତି ତ୍ରିପାଠୀ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ୮ବର୍ଷ ପରେ ଡ.ତ୍ରିପାଠୀଙ୍କୁ ପୁନର୍ବାର +୨ପରିଷଦରେ ନିଯୁକ୍ତ କରାଯାଇଛି । ପୂର୍ବରୁ ୨୦୧୧ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେ +୨ ପରିଷଦର ସଚିବ ପଦବୀରେ ନିଯୁକ୍ତ ଥିଲେ । 

 


+୨ ପରୀକ୍ଷାରେ କପି ରୋକିବା ଲାଗି ଅଭିନବ ବ୍ୟବସ୍ଥା ଲାଗୁ କରିବା ସହ ସ୍କ୍ୱାଡିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଥିଲେ । ଯେଉଥିପାଇଁ ସେହି ସମୟରେ +୨ ପରୀକ୍ଷା ଠିକ୍ ଭାବେ ପରିଚାଳିତ ହୋଇପାରିଥିଲା । ତେବେ ପରବର୍ତ୍ତୀ ସମୟରେ ୨୦୧୩ ନଭେମ୍ବରରୁ +୨ ପରିଷଦରୁ ବଦଳି ହୋଇ ବିଜେବି ମହାବିଦ୍ୟାଳୟରେ ଗଣିତ ବିଭାଗର ଆସୋସିଏଟ୍ ପ୍ରଫେସର ଭାବେ ଡକ୍ଟର ତ୍ରିପାଠୀ କାର୍ଯ୍ୟ କରିଥିଲେ । ବିଜେବିରେ ୫ବର୍ଷ ରହିବା ପରେ ୨୦୧୮ରୁ ଉଚ୍ଚଶିକ୍ଷା ବିଭାଗର ଉପନିଦେ୍ର୍ଧଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । 

 

ତେବେ ତାଙ୍କର ଦକ୍ଷତା, ସମାୟନୁବର୍ତ୍ତିତା ଏବଂ କାର୍ଯ୍ୟକରିବାର ସ୍ୱତନ୍ତ୍ରଶୈଳୀକୁ ଗୁରୁତ୍ୱ ଦେଇ ପୁଣି ଯୁକ୍ତଦୁଇ ପରିଷଦରେ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ସରକାର । ତେବେ ଆଗକୁ +୨ ପରୀକ୍ଷା ଥିବା ବେଳେ ତାଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ସୁରୁଖୁରୁରେ ପରୀକ୍ଷା ପରିଚାଳନା ଦିଗରେ ଧ୍ୟାନ ଦିଆଯିବ ବୋଲି ଡକ୍ଟର ତ୍ରିପାଠୀ ସୂଚନା ଦେଇଛନ୍ତି । ଡକ୍ଟର ତ୍ରିପାଠୀଙ୍କ ନିଯୁକ୍ତିକୁ ଶିକ୍ଷାବିତ୍ମାନେ ସ୍ୱାଗତ କରିଛନ୍ତି ।   

Related News