Top Stories

Search here...

News

କରୋନା ଯୋଗୁ ଶଶ୍ମାନରେ ଲିଭୁନି ନିଆଁ; ୧୦ ଦିନରେ ରାଜ୍ୟରେ ଗଲାଣି ୧୫୪ ଜୀବନ

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 12:41 AM

ଏପ୍ରିଲ୍ ମାସରେ କରୋନା ସଂକ୍ରମଣରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର ପ୍ରଥମ ୧୦ ଦିନରେ ଗଲାଣି ୧୫୪ ଜୀବନ ।

 

BBSR Reporters

 


ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି କରୋନା ମୃତକଙ୍କ ସଂଖ୍ୟା । ମୃତୁ୍ୟ ସଂଖ୍ୟା ଏଭଳି ବଢୁଛି ଯେ ଶବ ସକôାର ପାଇଁ ଶଶ୍ମାନରେ ଲାଇନ ଦେବାକୁ ପଡୁଛି । କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅଧିକ ଭୟଙ୍କର ରୂପ ଧାରଣ କରିଛି ।  ଏପ୍ରିଲ୍ ମାସରେ କରୋନା ସଂକ୍ରମଣରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର ପ୍ରଥମ ୧୦ ଦିନରେ ଗଲାଣି ୧୫୪ ଜୀବନ । ମହାମାରୀର ଏ ଘାତକ ରୂପକୁ ନେଇ ଚିନ୍ତା ବଢୁଥିଲା ବେଳେ ବିଶେଷଜ୍ଞଙ୍କ କହିବା କଥା ସଂକ୍ରମଣ ବଢୁଥିବାରୁ ସ୍ୱାଭାବିକ ଭାବେ ମୃତ୍ୟୁସଂଖ୍ୟା ବି ବଢୁଛି । ହେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁହାର ଯଥେଷ୍ଟ କମ୍ ରହୁଛି । ଏହାସତ୍ତ୍ୱେ ଅନେକ ସ୍ଥାନରେ ଅହରହ ଜଳୁଥିବା ଶ୍ମଶାନର ଜୁଇ ଲୋକଙ୍କ ସନେ୍ଦହ ବଢାଉଛି ।


ଭୁବନେଶ୍ୱର ସତ୍ୟ ନଗର ଶଶ୍ମାନରେ ନିଆଁ ଲିଭୁ ନ ଥିବା ବେଳେ  ବଲାଙ୍ଗିର, କଟକ ସତୀ ଚଉରା ଶ୍ମଶାନରେ ମଧ୍ୟ ସ୍ଥିତି ସମାନ ରହୁଛି ।  ଗୋଟିଏ ଜୁଇ ଜଳୁଛି, ଆରଟିର ଶବ ପାଖେ ମୁଣ୍ଡକୋଡ଼ି ପରିଜନ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଶ୍ମଶାନ ଗେଟ୍ ସାମ୍ନାରେ ଗଦା ହୋଇଥିବା କାଠ ବି ନିରବରେ ମୃତ୍ୟୁର କାହାଣୀ କହୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥିତି ଏମିତି ହେଲାଣି । 

 


ଏପଟେ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ କେବଳ ଏଇ ମେ ମାସର ପ୍ରଥମ ୧୦ ଦିନରେ ମହାମାରୀ ୧୫୪ ଜୀବନ ନେଲାଣି କରୋନା । ମେ ପହିଲାରୁ ଏଯାବତ୍ କେବଳ ଦୁଇ ଦିନକୁ ଛାଡ଼ିଦେଲେ ପ୍ରତିଦିନ ୧୪ କିମ୍ବା ତା ଉପରେ ମୃତ୍ୟୁର ଟ୍ରେଣ୍ଡ ରହୁଛି । ରାଜ୍ୟକୁ କରୋନା ଛୁଇଁବା ପରଠୁୁ ସର୍ବାଧିକ ଦିନକରେ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଆଜିି ଆଉ ୧୭ ଜଣଙ୍କ ଜୀବନ ଯାଇଛି । ତେବେ ରାଜ୍ୟରେ ଦ୍ୱିତୀୟ ଲହର ଅନୁଭୂତ ହେବା ପରଠୁ ଏପ୍ରିଲ୍ ମାସରେ କରୋନାରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବେଳେ ଚଳିତ ମାସ୧୦  ଦିନ ଭିତରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି । 

 

 

ହେଲେ ବିଶେଷଜ୍ଞଙ୍କ କହିବା କଥା ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଡେଇଁ ସାରିଥିବାରୁ ସେହି ଅନୁସାରେ ସ୍ୱାଭାବିକ ଭାବେ ମୃତ୍ୟୁ ସଂଖ୍ୟା ବି ବଢ଼ିଛି । ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ଯଥେଷ୍ଟ କମ ରହିଛି । ଏପରି ସ୍ଥଳେ ସଂକ୍ରମଣ ରୋକିବାକୁ ଲକଡାଉନ ଜାରି କରାଯାଇଥିଲେ ମଧ୍ୟ କିଛି ଲୋକ ନିୟମ ଉଲଙ୍ଘନ କରୁଛନ୍ତିି । ଯଦି ଲୋକ ଠିକ୍ ଭାବେ ନିୟମ ପାଳନ ନ କରନ୍ତି ଖୁବ୍ ଶୀଘ୍ର ଭାରତକୁ ତୃତୀୟ ଲହରର ସାମ୍ନା କରିବାକୁ ପଡିପାରେ ବୋଲି ବିେ
 

Related News