Top Stories

Search here...

News

ଓଏସ୍ଏପି କମାଣ୍ଡାଣ୍ଟ ଡିସିପିଙ୍କ ନାଁରେ ସଂଘାତିକ ଅଭିଯୋଗ: ଝିଅ ଯୋଗାଇବାକୁ ସିପାହୀଙ୍କୁ ପକାଉଥିଲେ ଚାପ

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 08:59 PM

ଏପରିକି ଝିଅ ନ ଯୋଗାଇ ଦେଲେ ତାଙ୍କୁ ବଦଳି କରାଯିବାକୁ ଧମକ ମଧ୍ୟ ଦିଆଯାଇଥିଲା  ।  ଏଥିରେ ରାଜି ନ ହେବାରୁ ସିପାହୀଙ୍କୁ ବଦଳୀ ମଧ୍ୟ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ସିପାହୀ ନିହାର ରଞ୍ଜନ ସାହୁଙ୍କ ସ୍ତ୍ରୀ ସୁନିତା ଲେଙ୍କା ।

 

BBSR Reporters


ଭୁବନେଶ୍ୱର: ଓଡ଼ିଶା ପୁଲିସ ବିଭାଗରେ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଓଡ଼ିଶା ଷ୍ଟେଟ୍  ଆର୍ମଡ୍ ପୁଲିସ(ଓଏସ୍ଏପି)ରେ କାର୍ଯ୍ୟରତ ଜଣେ ସିପାହୀଙ୍କୁ ଝିଅ ଯୋଗାଇବା ପାଇଁ ଚାପ ପକାଉଥିଲେ  କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁ । ଏପରିକି ଝିଅ ନ ଯୋଗାଇ ଦେଲେ ତାଙ୍କୁ ବଦଳି କରାଯିବାକୁ ଧମକ ମଧ୍ୟ ଦିଆଯାଇଥିଲା । ଏଥିରେ ରାଜି ନ ହେବାରୁ ସିପାହୀଙ୍କୁ ବଦଳୀ ମଧ୍ୟ କରାଯାଇଥିଲା ।  ଶେଷର ମାନସିକ ଭାରଷ୍ୟାମ ହରାଇ ସିପାହୀ ଜଣଙ୍କ ଆତ୍ମହତ୍ୟା ଉମ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଓଏସ୍ଏପି ୭ମ ବାଟାଲିୟର କାର୍ଯ୍ୟରତ ସିପାହୀ ନିହାର ରଞ୍ଜନ ସାହୁଙ୍କ ସ୍ତ୍ରୀ ସୁନିତା ଲେଙ୍କା  । ରବିବାର ସୁନିତା ଏବଂ ତାଙ୍କ ପରିବାର ଲୋକେ କମିଶନରେଟ ପୁଲିସ ମୁଖ୍ୟାଳୟରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ  ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗୁରୁତ୍ତର ସହ ନେଇ କମିଶନର ମାମଲାର ତଦନ୍ତ ଭାର ଅତିରିକ୍ତ ପୁଲିସ କମିଶନର ରେଖା ଲୋହାନୀଙ୍କୁ ଦେଇଛନ୍ତି । ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିସିପି ବିଜୟ କୁମାର ସାହୁ ।

 


ଜୟଦେହ ବିହାର କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ୭ ମ ଓଏସ୍ଏପି ବାଟାଲିୟନରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ ନିହାର । ଓଏସ୍ଏପିର ଫ୍ୟାମିଲି ୱେଲଫେୟାର ସେଣ୍ଟର ପ୍ରଶିକ୍ଷଣ ଦାୟୀତ୍ୱରେ ଥିବା ନିହାର । ଉକ୍ତ ସେଣ୍ଟରରେ ଓଏସ୍ଏପିର କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀ ଏବଂ ପୁରୁଷ ପୁଲିସ କର୍ମଚାରୀଙ୍କ ସ୍ତ୍ରୀ ଏବଂ ଭଉଣୀମାନେ ସେଠାରେ ସିଲେଇ , ହସ୍ତଶିଳ୍ପ ଆଦି କାର୍ଯ୍ୟ ଶିଖନ୍ତି । ସେମାନଙ୍କୁ ନିହାର ପ୍ରଶିକ୍ଷଣ ଦେଇଥାନ୍ତି । ପାଖାପାଖି ୨୫ ଜଣ ମହିଳା ଓ ଯୁବତୀ ସେଠାରେ ଏଭଳି କାର୍ଯ୍ୟ ଶିଖୁଥିବା ସେମାନଙ୍କୁ ଡିସିପିଙ୍କ ପାଖକୁ ପଠାଇବାକୁ କୁହାଯାଉଥିଲା ବୋଲି ସୁନିତା ଅଭିଯୋଗ ଆଣିଛନ୍ତି ।

 

 

ସୁୂନତାଙ୍କ ଅଭିଯୋଗ ଅନୁଯାୟୀ, ଡିସିପି ବିଜୟ ସାହୁ ନିହାରଙ୍କୁ ଉକ୍ତ ଯୁବତୀ ଏବଂ ମହିଳାମାନଙ୍କୁ ତାଙ୍କ ଘରକୁ ପଠାଇବାକୁ ସବୁବେଳେ କୁହନ୍ତି । ହେଲେ ବିଜୟ ଏହାକୁ ଅଣଦେଖା କରୁଥିବାରୁ ଡିସିପି ତାଙ୍କୁ ଅନ୍ୟ ଜିଲ୍ଲାକୁ ବଦଳୀ କରିଦେବାକୁ ଧମକ ଦେଇଥିଲେ । ପରେ ନିହାର କିଛି ଯୁବତୀ ଏବଂ ମହିଳାଙ୍କୁ ଡିସିପିଙ୍କ କ୍ୱାଟର ମଧ୍ୟ ବୁଲାଇ ନେଇଥିଲେ । ହେଲେ ବାରମ୍ବାର ଡିସିପି ଏଭଳି କରିବାକୁ ଚାପ ପକାଇବାରୁ ନିହାର ଏଥିରେ ରାଜି ହୋଇ ନ ଥିଲେ । ଶେଷରେ ତାଙ୍କର ବଦଳୀ  କରି ଦିଆଯାଇଥିଲା ବୋଲି ସୁନିତା ଅଭିଯୋଗ କହିଛନ୍ତି ।

 


ବଦଳୀ ପରେ ନିହାର ମାନସିକ ଚାପରେ ରହିବା ସହ କିଛି ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଚିକିସôାଧୀନ ଅଛନ୍ତି । ଏଭଳି ଅଭିଯୋଗ କରିବା ସହ ସୁନିତା ରବିବାର ତାଙ୍କ ମା, ପୁଅ, ଭଉଣୀଙ୍କୁ ସାଙ୍ଗରେ ନେଇ ପୁଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଉପରିସ୍ଥ ଅଧିକାରୀ ହୋଇଥିବାରୁ ମାମଲାର ନିରପେକ୍ଷ ତଦନ୍ତ କରିବାକୁ ସେ କମିଶନରଙ୍କୁ ଅନୁରୋଧ କରିଛନ୍ତି । ପରେ କମିଶନର ମାମଲାକୁ ଗୁରୁତ୍ତର ସହ ନେବା ସହ ଅଭିଯୋଗର ତଦନ୍ତ ଭାର ଅତିରିକ୍ତ ପୁଲିସ କମିଶନର ରେଖା ଲୋହାନୀଙ୍କୁ ଦେଇଛନ୍ତିିି ।

 


ତେବେ ଅଭିଯୋଗକୁ ଖଣ୍ଡନ କରି ଡିସିପି ବିଜୟ କୁମାର ସାହୁ କହିଛନ୍ତି, ଏଭଳି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା । ଏଥିରେ କୌଣସି ସତ୍ୟତା ନାହିଁ । ନିହାର ୮ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କର ବଦଳୀ କରାଯାଇଥିଲା । ଯେଉଁଥି ପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ଲଗାଇ ଏଭଳି ଅଭିଯୋଗ କରିଥାଇପାରନ୍ତି ବୋଲି ସେ କହିଛନ୍ତି । ମାମଲାର ତଦନ୍ତ ହେଲେ ଘଟଣା ଉପରେ ପରଦା ହଟିବ ବୋଲି ସେ କହିଛନ୍ତି ।
 

Related News