Top Stories

Search here...

News

ଦିଲ୍ଲୀରୁ ଗିରଫ ଆତଙ୍କବାଦୀ କିପରି ନିଜର ପରିଚୟ ପତ୍ର କରିବା ସହ ଏଠାରେ ବିବାହ କରିଥିଲା ଜାଣନ୍ତୁ

Posted On - 1 week ago
Edited By Team BbsrReporters
LAST UPDATED Oct 22, 2021 05:27 AM

ଆତଙ୍କବାଦୀ ମହମ୍ମଦ ଅଶରଫ ଶିଲିଗୁଡ଼ିକୁ ଲାଗିଥିବା ବାଂଲାଦେଶ ସୀମାନ୍ତ ଦେଇ ସେ ଭାରତରେ ପ୍ରବେଶ କରିଥିଲା ବୋଲି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ମୁଖ୍ୟ କହିଛନ୍ତି।

 

 

BBSR Reporters

 

ନୂଆଦିଲ୍ଲୀ:  ଦିଲ୍ଲୀରୁ ଧରା ପଡ଼ିଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫ ୧୪ ଦିନିଆ ପୁଲିସ୍‌ ହେପାଜତକୁ ପଠାଇ ଦିଆଯାଇଛି ।  ଗିରଫ ପାକ୍‌ ଆତଙ୍କୀ ଦୀର୍ଘ ବର୍ଷ ହେଲାଣି ନକଲି ଦସ୍ତାବିଜ ଜରିଆରେ ଭାରତରେ ରହି ଆସୁଥିଲା। ଏହି ସମୟରେ ସେ ଅନେକ ଲୋକଙ୍କ ସହ ସମ୍ପର୍କ ରଖିଥିଲା। ଏପରି କି ସେ ଜଣେ ଭାରତୀୟ ମହିଳାଙ୍କୁ ବିବାହ ମଧ୍ୟ କରିଥିଲେ। 

 

 


ଭାରତ ବିରୋଧରେ ସେ କରୁଥିବା ‌ଆତଙ୍କୀ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ରହିଛନ୍ତି, ସେକଥା ପୁଲିସ୍‌ ଜାଣିବାକୁ ଚେଷ୍ଟା କରୁଛି। ୧୪ ଦିନିଆ ରିମାଣ୍ଡ ସମୟରେ ତା’ଠାରୁ ସବୁ କଥା ଆଦାୟ କରାଯିବ।

 

ତେବେ ସେ ପାକିସ୍ତାନ ନାଗରିକ ହୋଇଥିବା ବେଳେ କେମିତି ଦିଲ୍ଲୀରେ ପହଞ୍ଚିଲା, ସେକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ସେ ଦୀର୍ଘ ବର୍ଷ ହେଲାଣି ଭାରତରେ ରହୁଥିବା ବେଳେ କେମିତି ତା’କୁ କେହି ଠାବ କରି ପାରୁ ନଥିଲେ? ଏସବୁ ଭିତରେ ମହମ୍ମଦକୁ ନେଇ କିଛି ଅଜଣା ତଥ୍ୟ ସାମ୍ନାକୁ ଆସିଛି।

 

 


ମହମ୍ମଦ ଅଶରଫ ନିଜକୁ ଅହମଦ ନୁର ନାଁରେ ପରିଚିତ କରାଇଥିଲା। ଏଥିପାଇଁ ନକଲି ପରିଚୟପତ୍ର, ଆଧାର କାର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ପ୍ରସ୍ତୁତ କରିଥିଲା। ଏହାପରେ ସେ ଦିଲ୍ଲୀର ଅରମ ପାର୍କ ନିକଟରେ ରହୁଥିଲା। ନିଜକୁ ପୀର ବାବା କହୁଥିବା ଅଶରଫ ପାର୍ବଣ ସମୟରେ ଭାରତରେ ବିସ୍ଫୋରଣ କରି ହିଂସାକାଣ୍ଡ ଘଟାଇବାକୁ ଲକ୍ଷ୍ୟ ରଖିଥିଲା।

 

 

ଅଶରଫ ବିହାରରେ ତା’ର ଫେକ ଆଇଡି ତିଆରି କରିଥିଲା ଓ ଗାଜିବାଦାର ବୈଶାଲୀରେ ଜଣେ ମହିଳାଙ୍କୁ ବିବାହ କରିଥିଲା। ଶିଲିଗୁଡ଼ିକୁ ଲାଗିଥିବା ବାଂଲାଦେଶ ସୀମାନ୍ତ ଦେଇ ସେ ଭାରତରେ ପ୍ରବେଶ କରିଥିଲା ବୋଲି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ମୁଖ୍ୟ କହିଛନ୍ତି।

 

 

ଭାରତରେ ପ୍ରବେଶ କରିବା ପରେ ଅଶରଫ ପ୍ରଥମେ ଆଜମେର ଯାଇଥିଲା। ସେଠାରେ ଥିବା ଗୋଟିଏ ମସଜିଦର ମୌଲବୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ୨୦୦୬ ମସିହାରେ ସେ ମୌଲବୀଙ୍କୁ ଧରି ଦିଲ୍ଲୀ ଆସିଥିଲା। ମୌଲବୀଙ୍କ ଜଣେ ସମ୍ପର୍କୀୟଙ୍କ ଫ୍ୟାକ୍ଟ୍ରୀ ନିକଟରେ ଅଶରଫ ରହିଥିଲା। ସମୟକ୍ରମେ ମୌଲବୀଙ୍କ ସମ୍ପର୍କୀୟଙ୍କ ଆଇଡିକୁ ବ୍ୟବହାର କରି ଅଶରଫ ଆଇଏସଆଇ ହ୍ୟାଣ୍ଡେଲର ନାସିର ଠାରୁ ଟଙ୍କା ଆଣିବାରେ ଲାଗିଥିଲା। ଭାରତରେ ରହିବା ସମୟରେ ସେ ନିୟମିତ ଭାବେ ନାସିର ସହ ବିଭିନ୍ନ ମାଧ୍ୟମରେ ଯୋଗଯୋଗ ବି କରୁଥିଲା।

 

 

ସୋମବାର ରାତିରେ ଆତଙ୍କବାଦୀକୁ   ଗିରଫ କରାଯିବା ପରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲ ଏହି ସମୟରେ ପୁଲିସ୍‌ ଭାରତ ବିରୋଧରେ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ଖିଅ ବାହାର କରିବ।

 


ପୁଲିସ୍‌ କହିଛି,  ଅଶରଫ ୨୦୧୪ରେ ତା’ର ପାସପୋର୍ଟ ତିଆରି କରିଥିଲା। ସେ ତା’ର ଠିକଣାକୁ ୫ରୁ ୬ଥର ବଦଲାଇଛି। ଖାଲି ସେତିକି ନୁହେଁ, ସେ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ସହ ବିଭିନ୍ନ ପ୍ରକାରର ସୋଶାଲ ମିଡିଆ ଆପ୍‌ ଜରିଆରେ ଯୋଗାଯୋଗ କରୁଥିଲା। ସେ ଅନେକ ନକଲି ପରିଚୟପତ୍ର ତିଆରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

Related News