Top Stories

Search here...

News

କରୋନା ପରେ ବ୍ଲାକ୍ ଫଙ୍ଗସ୍କୁ ନେଇ ବଢୁଛି ଚିନ୍ତା; ରାଜ୍ୟରୁ ପ୍ରଥମ ରୋଗୀ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jun 22, 2021 11:25 PM

ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ନିହାତି ଜରୁରୀ ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: କରୋନା ପରେ ବ୍ଲାକ୍ ଫଙ୍ଗସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଥିବା ସୂଚନା ମିଳିଛି । ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ଜଣାପଡ଼ିଛି । 

 

ବ୍ଲାକ୍ ଫଙ୍ଗସ୍ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।  ତେବେ ଏହି ରୋଗ ନେଇ ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର । ସେ କହିଛନ୍ତି ଯେ, ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ହେବା ପରେ ସତର୍କ ହେବା ଜରୁରୀ ଅଟେ । ଏହାସହ ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ । ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି । ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ନିହାତି ଜରୁରୀ ।

 

ମାସ୍କ ପିନ୍ଧିବା, ଫୁଲ୍ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ମିଶ୍ର । ବଗିଚା କାମ କଲେ ହାତରେ ଗ୍ଲୋଭ୍ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା ଅତ୍ୟନ୍ତ ଜରୁରୀ । ସୁଗାର ଲେବୁଲ ସ୍ଥିର ରଖିବା ଓ କମ୍ ଷ୍ଟିରଏଡ୍ ବ୍ୟବହାର କରିବା ଆବଶ୍ୟକ । ଆଖି ଲାଲ୍ ପଡ଼ିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ । ଡେରି କଲେ ଫୁସଫୁସ ଓ ବ୍ରେନକୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଡାକ୍ତର ମିଶ୍ର । ଏହା ସଂକ୍ରାମକ ନୁହେଁ, ଠିକ ସମୟରେ ଚିକିତ୍ସା କଲେ ସୁସ୍ଥ ହେବେ । 

Related News