Top Stories

Search here...

News

ନବୀନଙ୍କ ପ୍ରସ୍ତାବ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଏଣିକି ବଜାରରେ ମିଳିବ କରୋନା ଟିକା

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 12:55 AM

 

ଦୁଇ  ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଥିଲେ ।

 


BBSR Reporters


ଭୁବନେଶ୍ୱର:ଦୁଇ  ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ମେ ମାସ ପ୍ରଥମରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛନ୍ତି ।

 

ଏଥି ସହିତ କରୋନା ଟିକାକରଣକୁ ଅଧିକ ଗତି ପ୍ରଦାନ ପାଇଁ  ନବୀନଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଟିକା ଉତ୍ପାଦନକାରୀ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ ଓ ବାକି ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାପରେ  ଔଷଧ ଦୋକାନ, ହସ୍ପିଟାଲ ମଧ୍ୟ କରୋନା ଟିକା ଉତ୍ପାଦକଙ୍କ ପାଖରୁ କିଣିପାରିବେ। ଯାହା ଫଳରେ ଯେଉଁମାନେ ଚାହିଁବେ ଟିକା କିଣି ନେଇ ପାରିବେ । ଯାହା ଦ୍ବାରା ଅଧିକ ଲୋକ ଟିକା ନେଇ ପାରିବେ।

 

ଆଜି ପ୍ରଧାନମନ୍ତ୍ରୀ କୋଭିଡ ସ୍ଥିତି ନେଇ ଦେଶର ପ୍ରତିଷ୍ଠିତ ଡାକ୍ତର ଏବଂ ଦେଶର ଫାର୍ମା କମ୍ପାନୀ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ବର୍ଷେରୁ ଅଧିକ ସମୟ ଧରି କୋଭିଡ ବିରୋଧରେ ଲଢ଼େଇ କରୁଛନ୍ତି। କିଭଳି ଟିକା ଅଧିକରୁ ଅଧିକ ଦେଶବାସୀ ପାଇପାରିବେ ସେ ନେଇ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି।

 

ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର। ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରିଥିଲେ। ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଥିଲେ ।

Related News