Top Stories

Search here...

News

କରୋନା ପାଇଁ ରାଜ୍ୟର ସବୁ ସରକାରୀ ଅଫିସରେ ଜନସାଧାରଣଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

Posted On - 1 week ago
Edited By Team BbsrReporters
LAST UPDATED Apr 21, 2021 12:19 AM

ଅଫିସରେ କୌଣସି ବୈଠକ ବେଳେ ସର୍ବନିମ୍ନ ୨ ମିଟର ଦୂରତ୍ୱ ବଜାୟ ରଖିବାକୁ ନିର୍ଦେଶ  ଦିଆଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଲାଗିଛି ।  ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସରେ ଜନସାଧାରଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିଦେ୍ର୍ଧଶନାମା ଅନୁସାରେ, ଭୁବନେଶ୍ୱର ଓ କଟକ ସମେତ ଯେଉଁସବୁ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କେବଳ ଅତ୍ୟନ୍ତ ଜରୁରୀ ମାମଲାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆଧାରରେ ହିଁ ସରକାରୀ ଅଫିସକୁ ଯିବା ପାଇଁ ଅନୁମତି ମିଳିବ । ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ପାଇଁ ସେମାନେ ଇ-ଅଭିଯୋଗ ପୋର୍ଟାଲକୁ ଉପଯୋଗ କରିପାରିବେ ।


ସେହିପରି ଅଫିସଗୁଡ଼ିକରେ କୌଣସି ବୈଠକବେଳେ ସର୍ବନିମ୍ନ ୨ମିଟର ଦୂରତ୍ୱ ବଜାୟ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଅନଲାଇନରେ ବୈଠକ କରିବା ଉପରେ ଯଥାସମ୍ଭବ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ସେହିପରି ଅଫିସ୍ କାମଗୁଡ଼ିକ ମଧ୍ୟ ଭର୍ଚୁଆଲ ମୋଡରେ ସଂଚାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ସରକାର କହିଛନ୍ତି । ଏହି ନିଦେ୍ର୍ଧଶନାମାକୁ ସମସ୍ତ ଅଫିସକୁ ଅବଗତ କରାଇବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ନିଦେ୍ର୍ଧଶ ଦେଇଛନ୍ତି ।


 

Related News