Top Stories

Search here...

News

କରୋନା ଯୋଗୁ ବଢୁଛି ସୁନା ଦର: ବର୍ଷ ଶେଷ ଆଡ଼କୁ ଦର ୫୦ ହଜାର ଅତିକ୍ରମ କରିପାରେ 

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 09:06 PM

୨୦୨୧ ଜାନୁଆରୀ-ମାର୍ଚ୍ଚ ଅବଧିରେ ୩୨୧ ଟନ୍ ସୁନା ଆମଦାନୀ କରାଯାଇଥିବା ବେଳେ ୨୦୨୦ ରେ ଏହାର ପରିମାଣ ୧୨୪ ଟନ୍ ଥିଲା ।

 

BBSR Reporters


ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ତୀବ୍ର ଗତିରେ ବ୍ୟାପିବା ଫଳରେ ସୁନା ଓ ରୁପା ପୁଣି ଥରେ ମହଙ୍ଗା ହେବାରେ ଲାଗିଛି । ୫ ଏପ୍ରିଲ୍କୁ ସୁନା ଦର ୨୫୭ ଟଙ୍କା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ସୁନା ୧୦ ଗ୍ରାମ୍ ପ୍ରତି ୪୫,୧୭୬ ଟଙ୍କା ହୋଇଛି । ଠିକ୍ ସେହିପରି ରୁପା ମଧ୍ୟ ୮୦୯ ଟଙ୍କା ମହଙ୍ଗା ହୋଇ ୬୪,୫୪୬ ଟଙ୍କା ପ୍ରତି କିଲୋ ବିକ୍ରି ହେଉଛି । ଦେଶରେ ସୁନାର ବିକ୍ରି ବଢ଼ି ଚାଲିଛି । ଗତ ମାର୍ଚ୍ଚ ତୁଳନାରେ ସୁନା ଆମଦାନୀରେ ମଧ୍ୟ ୪୭୧% ବୃଦ୍ଧି ପାଇଛି । ୨୦୨୧ ଜାନୁଆରୀ-ମାର୍ଚ୍ଚ ଅବଧିରେ ୩୨୧ ଟନ୍ ସୁନା ଆମଦାନୀ କରାଯାଇଥିବା ବେଳେ ୨୦୨୦ ରେ ଏହାର ପରିମାଣ ୧୨୪ ଟନ୍ ଥିଲା ।

 

ଦେଶରେ ପୁଣି ଥରେ କରୋନାର ପ୍ରଭାବ ବଢ଼ିବା ଯୋଗୁଁ ନିବେଶକମାନେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ଆଗାମୀ ସମୟରେ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ବର୍ଷ ଶେଷ ଆଡ଼କୁ ସୁନା ଦର ୫୦ ହଜାର ପାର କରିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୨୦ରେ ସୁନା ଦର ୫୬ ହଜାର ପାର୍ କରିଯାଇଥିଲା ।  
 

Related News