Top Stories

Search here...

News

ମମିତା ହତ୍ୟା କରି ପୋତି ଦେଇଥିବା  ସ୍ୱୀକାର କଲା ଗୋବିନ୍ଦ ସାହୁ 

Posted On - 1 month ago
Edited By Prabir Kumar
LAST UPDATED Dec 04, 2021 11:45 AM

ମମିତାକୁ ହତ୍ୟା କରିବା ନିମନ୍ତେ ପୂରା ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋବିନ୍ଦ । ଏଥିପାଇଁ ୬ ତାରିଖରୁ ଗାତ ଖୋଳାଯାଇଥିଲା ବୋଲି ଜଣାପଡିଛି ।  ପଢନ୍ତୁ ପୁରା ଖବର

 

 

BBSR Reporters

 

 

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରିଛି ବୋଲି ମାନିଛି ଗୋବିନ୍ଦ । ପୁଲିସ୍ ହେପାଜତରୁ ଖସି ଗତକାଲି ଧରା ପଡ଼ିଥିବା ଗୋବିନ୍ଦ ସାହୁ ଶେଷରେ ସତ ମାନିଛି । ଫଳରେ ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏକ ପ୍ରକାର ଯବନିକା ପଡ଼ିଛି । ଏହା ପୂର୍ବରୁ ପୁଲିସ୍ କବଜାରେ ୪ ଦିନ ରହିଥିବା ଗୋବିନ୍ଦ ପାଟି ଫିଟାଉ ନ ଥିବା ବେଳେ ହଠାତ୍ ସବୁ ସତ ଉଗାରି ଦେଇଛି ।

 

 

ମିଳିଥିବା ସୂଚନା ଅନୁଯାୟୀ, ମମିତାକୁ ହତ୍ୟା କରିବା ନିମନ୍ତେ ପୂରା ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋବିନ୍ଦ । ଏଥିପାଇଁ ୬ ତାରିଖରୁ ଗାତ ଖୋଳାଯାଇଥିଲା ।  ତେବେ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି ତା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ଗୋବିନ୍ଦଙ୍କ ସ୍କୁଲ୍ରେ ସେକ୍ସ ରାକେଟ୍ ଚାଲିଥିଲା ବୋଲି ଅଭିଯୋଗ ହୋଇଥିଲା । ସେକ୍ସ ରାକେଟ୍କୁ ମମିତା ବିରୋଧ କରିବା ସହିତ ଗୋବିନ୍ଦଙ୍କୁ କୁଆଡେ଼ ବର୍ବାଦ୍ କରିଦେବେ ବୋଲି ଧମକ ଦେଇଥିଲେ । ସେଥିପାଇଁ ତାଙ୍କୁ ମାରି ଦେଇନି ତ ଗୋବିନ୍ଦ? ଏ ପ୍ରଶ୍ନର ଉତ୍ତର ଏଯାଏଁ ମିଳିନି । ତେବେ ଜଣାପଡ଼ିଛି, ଏ ଘଟଣା ନେଇ ବଲାଙ୍ଗିର ଏକ ସାମ୍ବାଦିକ ସମ୍ମିଳନୀ କରିବ । ଏଥିରେ ସବୁ ତଥ୍ୟ ରଖାଯିବ ବୋଲି କୁହାଯାଉଛି ।

 

 

 ଯେଉଁ ୱାଗନର କାରରେ ସେ ମମିତାଙ୍କୁ ନେଇ ଯାଇଥିଲେ, ସେଥିରେ ହିଁ ତାଙ୍କୁ ହତ୍ୟା କରିଥିଲେ । ୮ ତାରିଖରେ ମମିତାଙ୍କୁ ଏହି ର୍କାରେ ନେଇ ଯାଇଥିଲା ଗୋବିନ୍ଦ  । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା  । ବଚସା ସମୟରେ ଉତ୍ତ୍ୟକ୍ତ ଗୋବିନ୍ଦ ର୍କା ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିବା କହିଛି । ର୍କାର ପଛ ସିଟ୍ ଚିରି ଯାଇଥିବା ଦେଖିବାକୁ ମିଳିଛ । ତେଣୁ ବଞ୍ଚିବା ପାଇଁ ମମିତା ସଂଘର୍ଷ କରିଥିବା ଅନୁମାନ କରାଯାଉଛି । 

 

 

ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା  । ତେବେ ଏଥିରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୋଲିସ ସନେ୍ଦହ କରୁଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତଜାରୀ ରଖିଛି ପୋଲିସ  ।

 


୧୪ ତାରିଖରେ ଉକ୍ତ କାରକୁ ଜବତ କରିଥିଲା ପୁଲିସ । ଜବତ କାରରୁ ମିଳିଥିଲା ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍  । ଗତକାଲି ମୃତଦେହ ପୋତା ଯାଇଥିବା ସ୍ଥାନରୁ ଆଉ ଏକ ପାଉଁଜି ମିଳିଥିଲା ।

 

 

ସୂଚନାଯୋଗ୍ୟ, ୪ ଦିନ ଅଟକ ରହିବା ପରେ ପୁଲିସ୍ ବାରାକ୍ରୁ ଖସି ପଳାଇଥିବା ଗୋବିନ୍ଦ ସାହୁକୁ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରୁ ଗିରଫ କରିଥିଲା ପୁଲିସ୍ । ତାକୁ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଅଣାଯାଇଥିଲା ।ବଲାଙ୍ଗୀର ଏସ୍ପି, ଡିଆଇଜି ଓ ବଛା ବଛା ଅଧିକାରୀ ଘନ ଘନ ପଚରାଉଚରା କରିବା ପରେ ଗୋବିନ୍ଦ ସତ ଉଗାରିଥିବା କୁହାଯାଉଛି ।

 

ଗୋବିନ୍ଦ ସମେତ ତା ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନସିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ । ଗୋବିନ୍ଦଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଏହାପରେ ପୁଲିସ୍ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି ।

Related News