Top Stories

Search here...

News

ଆୟକର ନିୟମରେ କୋହଳ: ରୋଗୀଙ୍କ ଠାରୁ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା ଗ୍ରହଣ କରିପାରିବେ ହସ୍ପିଟାଲ 

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 05:31 AM

କଳାଟଙ୍କା କାରବାର ରୋକିବା ଲାଗି ୨୦୧୭ରେ କେନ୍ଦ୍ର ସରକାର ଏ କ୍ଷେତ୍ରରେ କଟକଣା ଜାରି କରି ୨ଲକ୍ଷ ବା ତଦୂଦ୍ଧ୍ୱର୍ ନଗଦ ଅର୍ଥ ଗ୍ରହଣ ଉପରେ ରୋକ୍ ଲଗାଇଥିଲେ ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆୟକର ନିୟମରେ କୋହଳ କରିଛନ୍ତି । ବିଶେଷକରି କୋଭିଡ୍ ରୋଗୀଙ୍କ ଠାରୁ ଚିକିତ୍ସା ବାବଦରେ ହସ୍ପିଟାଲ ଓ ନର୍ସିଂହୋମ୍ଗୁଡ଼ିକ ୨ଲକ୍ଷରୁ ଅଧିକ ନଗଦ ଟଙ୍କା ଗ୍ରହଣ କରିପାରିବେ । ଏପ୍ରିଲ ୧ରୁ ମେ’ ୩୧ତାରିଖ ପର୍ଯ୍ୟନ୍ତ ସେମାନେ ଏଭଳି ପ୍ରାପ୍ୟ ଅର୍ଥ ଗ୍ରହଣ କରିପାରିବେ । ଆୟକର ବିଭାଗ ପକ୍ଷରୁ ଏହି ନୂଆ ନିୟମ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି, କୋଭିଡ୍ ହସ୍ପିଟାଲ ଓ ନର୍ସିଂହୋମ୍୍ଗୁଡ଼ିକୁ ରୋଗୀ ଓ ଅର୍ଥ ଦେଉଥିବା ବ୍ୟକ୍ତିଙ୍କର ପ୍ୟାନ୍ କିମ୍ବା ଆଧାର ନମ୍ବର ରଖିବାକୁ ପଡ଼ିବ ।

 

ଏହାଛଡ଼ା ରୋଗୀ ଓ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ଉଲ୍ଲେଖ କରିବାକୁ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ, କଳାଟଙ୍କା କାରବାର ରୋକିବା ଲାଗି ୨୦୧୭ରେ କେନ୍ଦ୍ର ସରକାର ଏ କ୍ଷେତ୍ରରେ କଟକଣା ଜାରି କରି ୨ଲକ୍ଷ ବା ତଦୂଦ୍ଧ୍ୱର୍ ନଗଦ ଅର୍ଥ ଗ୍ରହଣ ଉପରେ ରୋକ୍ ଲଗାଇଥିଲେ ।
 

Related News