Top Stories

Search here...

News

ଆଇସିସି ଟି-୨୦ ବିଶ୍ୱକପ୍: କ୍ରମାଗତ ବିଜୟ ସହ ଗ୍ରୁପ୍ ଶୀର୍ଷରେ ସ୍କଟଲ୍ୟାଣ୍ଡ୍

Posted On - 1 month ago
Edited By Prabir Kumar
LAST UPDATED Dec 03, 2021 04:59 AM

 

ଏହି ବିଜୟ ସହ ସ୍କଟଲ୍ୟାଣ୍ଡ ସୁପର-ର୍୧୨ ରାଉଣ୍ଡ ନିକଟତର ହୋଇଛି ।

 

 

BBSR Reporters

 

 

ଅଲ୍ ଅମିରାତ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ରାଉଣ୍ଡ-୧ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ସହ ଗୁ୍ରୁପର ଶିର୍ଷରେ ରହିଛି ସ୍କଟଲ୍ୟାଣ୍ଡ । ମଙ୍ଗଳବାର ସ୍କଟଲ୍ୟାଣ୍ଡ ୧୭ ରନରେ ପାପୁଆ ନ୍ୟୁ ଗିନୀ (ପିଏନଜି)କୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲ୍ୟାଣ୍ଡ ସୁପର-ର୍୧୨ ରାଉଣ୍ଡ ନିକଟତର ହୋଇଛି । ଆଜି ସନ୍ଧ୍ୟାରେ ଖେଳାଯଯିବାକୁ ଥିବା ମ୍ୟାଚରେ ଯଦି ବାଂଲାଦେଶ ଓମାନ୍ ନିକଟରୁ ହାରିଯାଏ, ତାହେଲେ ସ୍କଟଲ୍ୟାଣ୍ଡ ସୁପ-ର୍୧୨ ରାଉଣ୍ଡରେ ପ୍ରବେଶ କରିବ । ସେହିପରି ଆୟୋଜକ ଓମାନ ମଧ୍ୟ କ୍ୱାଲିଫାଏ କରିବ ।

 


ଆଜି ଖେଳାଯାଇଥିବା ମ୍ୟାଚରେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା । ଜବାବରେ ପିଏନଜି ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୮ ରନ୍ କରିବାକୁ ସକ୍ଷମ ହୋଇଛି । ସ୍କଟଲ୍ୟାଣ୍ଡ ପକ୍ଷରୁ ୭୦ ରନର ଇନିଂସ୍ ଖେଳିଥିବା ରିଚି ବେରିଙ୍ଗଟନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

 

 

ଅଲ୍ ଅମିରାତ କ୍ରିକେଟ୍ ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡ ଆରମ୍ଭରୁ ସଂକଟରେ ପଡ଼ିଥିଲା । ଟିମର ଦୁଇ ଓପ୍ନର ଜର୍ଜ ମୁନସେ (୧୫) ଓ କ୍ୟାପଟେନ୍ କାଇଲ୍ କୋଏଜର (୬) ନିରାଶ କରିଥିଲେ । ତେବେ ମାଥ୍ୟୁ କ୍ରସ୍ ଓ ବେରିଙ୍ଗଟନ୍ ତୃତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରିଥିଲେ । କ୍ରସ୍ ୩୬ ବଲରେ ୨ ଚୌକା ଓ ୨ ଛକା ସହ ୪୫ ଓ ବେରିଙ୍ଗଟନ୍ ୪୯ ବଲରେ ୬ ଚୌକା ଓ ୩ ଛକା ସହ ସହ ୭୦ ରନ୍ କରି ଆଉଟ୍ ହୋଇଥିଲେ । ଦୁହିଁଙ୍କୁ ଛାଡ଼ି ଦେଲେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ରନ୍ କରିନଥିଲେ ।  

 

 

୧୬୬ ରନର ଲକ୍ଷ୍ୟର ପିଛା କରୁଥିବା ପିଏନଜି ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦଳ ୬୭ ରନ୍ ଭିତରେ ୬ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ବେଳେ ନର୍ମାନ୍ ଭାନୁଆ ଦ୍ରୁତ ରନ୍ କରି ଆଶା ସଞ୍ଚାର କରିଥିଲେ । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଭାନୁଆ ୪୭ (୩୭ ବଲ୍, ୨ ଚୌକା, ୨ ଛକା), ସେସେ ବାଉ ୨୪, କ୍ୟାପଟେନ୍ ଅସଦ୍ ଭାଲା ୧୮, କିପଲିନ୍ ଡୋରିଗା ୧୮ ଓ ଚାଡ୍ ସୋପର୍ ୧୬ ରନ୍ କରିଥିଲେ । ସ୍କଟଲ୍ୟାଣ୍ଡର ଜୋଶ ଡାଭେ ୪ଟି ୱିକେଟ୍ ନେଇଥିଲେ ।

Related News