Top Stories

Search here...

News

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ବିଭିନ୍ନ ରାଜନୈତିକ ଦଳର ସମର୍ଥନ

Posted On - 3 weeks ago
Edited By Team BbsrReporters
LAST UPDATED Apr 21, 2021 01:40 AM

କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲ୍କୁ ବିରୋଧ କରି  ଆନେ୍ଦାଳନକୁ ୪ ମାସ ପୁରିବାକୁ ଯାଉଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦର ଡାକରା ଦେଇଛି । 

 

BBSR Reporters


ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲ୍କୁ ବିରୋଧ କରି କୃଷକମାନେ ଆନେ୍ଦାଳନ ଜାରି ରଖିଛନ୍ତି । ଆସନ୍ତାକାଲି ଏହି ଆନେ୍ଦାଳନକୁ ୪ ମାସ ପୁରିବାକୁ ଯାଉଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦର ଡାକରା ଦେଇଛି । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । କୃଷକ ନେତା ଦର୍ଶନ ପାଲ କହିଛନ୍ତି, ଏହି ଆନେ୍ଦାଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ । ଅନ୍ୟପଟେ କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି, ଆନେ୍ଦାଳନକୁ ୪ ମାସ ପୁରିଲାଣି । ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ । ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକଙ୍କୁ କହିଛନ୍ତି ।

 

ଏହାସହ ମାର୍ଚ୍ଚ ୨୮ ତାରିଖ ହୋଲି ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି । ଆସନ୍ତାକାଲିର ଭାରତବନ୍ଦ ଡାକରାକୁ କୃଷକ ସଂଗଠନ ସହ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । କଂଗ୍ରେସ୍, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମ୍ଏଲ୍ ଭଳି ସଙ୍ଗଠନ କୃଷକଙ୍କ ସହ ମିଶି ବନ୍ଦ ସଫଳ କରିବେ ବୋଲି କହିଛନ୍ତି । ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନଗହଳି ମାର୍କେଟ୍ ଗୁଡ଼ିକରେ ପୁଲିସ ଟିମ୍ ମୁତୟନ ରହିବେ ବୋଲି ଭୁବନେଶ୍ୱର ଡିସିପି ଡ.ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

 

ଭୁବନେଶ୍ୱରର ସବୁ ଥାନା ଅଞ୍ଚଳରେ ସ୍ଥାନୀୟ ପୁଲିସ ପାଟ୍ରୋଲିଂ କରିବା ସହ ଥାନାଧିକାରୀ ଉପସ୍ଥିତ ରହିବେ । ଏହି ବନ୍ଦ ପାଳନ ବେଳେ ଯେମିତି ଜରୁରିକାଳୀନ ସେବା ପ୍ରଭାବିତ ନହେବ ସେନେଇ ପୁଲିସ ଧ୍ୟାନ ଦେଇଛି । ଏହାସହ ଯଦି କେହି ବିନା ହେଲମେଟ୍ରେ ରାଲି କରିବେ, ତା’ହେଲେ ସିସିଟିଭି ଫୁଟେଜ୍ରୁ ଚିହ୍ନଟ କରାଯାଇ ସେମାନଙ୍କ ଘରକୁ ଚାଲାଣ ପଠାଯିବ ବୋଲି ସୂଚନା ମିଳିଛି ।
 

Related News