Top Stories

Search here...

News

ତୈଳ ଆମଦାନୀ କ୍ଷେତ୍ରରେ ସାଉଦୀ ଆରବ ଉପରେ ଅଧିକ ନିର୍ଭର ହେବନି ଭାରତ 

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 09:35 PM

ଦେଶର ତୈଳ କମ୍ପାନୀଗୁଡିକୁ ପଶ୍ଚିମ ଏସୀୟ ଦେଶରୁ ଅଶୋଧିତ ତୈଳ କ୍ରୟ କରିବା ଲାଗି ରାଜିନାମାର ପୁନଃ ସମୀକ୍ଷା କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।

 

BBSR Reporters


ନୂଆଦିଲ୍ଲୀ  : ଅଶୋଧିତ ତୈଳ ଲାଗି ଭାରତ ସାଉଦୀ ଆରବ ଉପରୁ ଅଧିକ  ନିର୍ଭର କରିବ ନାହିଁ ।  ତୈଳ ଆମଦାନୀ କ୍ଷେତ୍ରରେ ସାଉଦୀ ଆରବ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି। ଏ କ୍ଷେତ୍ରରେ ଭାରତ  ଏବେ ବିକଳ୍ପ ସନ୍ଧାନରେ ରହିଥିବା ସୂଚନା ମିଳିଛି ।   ଭାରତ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ଏକ ତୃତୀୟାଂଶ କମ୍‌ କରିବ ବୋଲି ସୂଚନା ମିଳିଛି । 

 

ତୈଳ ମୂଲ୍ୟ ସ୍ଥିର ରଖିବା ଲାଗି ସାଉଦୀ ଆରବ ଓ ଅନ୍ୟ ତୈଳ ଉତ୍ପାଦନକାରୀ (ଓପେକ୍) ରାଷ୍ଟ୍ର ସମୂହ ତୈଳ ଉତ୍ପାଦନ କମ କରୁଛନ୍ତି  ।  ଉତ୍ପାଦନ ବଢାଇବା ଲାଗି ଭାରତ ବହୁବାର  ଓପେକ୍‌କୁ ଅନୁରୋଧ କରି ଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ଉତ୍ପାଦନରେ ହ୍ରାସ ଯୋଗୁ ତେଲ ଚାହିଦା ଏବଂ ଯୋଗାଣ ମଧ୍ୟରେ ବ୍ୟବଧାନ ଦେଖାଦେଇଛି। ଯାହାର ପ୍ରଭାବ ସ୍ବରୂପ ଭାରତର ଘରୋଇ ବଜାରରେ ତୈଳ ମୂଲ୍ୟରେ ବୃଦ୍ଧି ଜାରି ରହିଛି। ଭାରତ ମୋଟ ତୈଳ ଆବଶ୍ୟକତାର ୮୫ ପ୍ରତିଶତ ଆମଦାନୀ କରିଥାଏ। 

 

ଓପେକ୍‌ର ଉତ୍ପାଦନ ହ୍ରାସ ପଦକ୍ଷେପ ଭାରତର ଅର୍ଥନୀତିକୁ ବିଶେଷ ଭାବେ ପ୍ରଭାବିତ ହୋଇଛି ।  ଫଳରେ ଦେଶର ତୈଳ କମ୍ପାନୀଗୁଡିକୁ ପଶ୍ଚିମ ଏସୀୟ ଦେଶରୁ ଅଶୋଧିତ ତୈଳ କ୍ରୟ କରିବା ଲାଗି ରାଜିନାମାର ପୁନଃ ସମୀକ୍ଷା କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ନିଜକୁ ସୁହାଇବା ଭଳି ଅନୁକୂଳ ସର୍ତ୍ତ ରଖିବା ଲାଗି ପରାମର୍ଶ ଦିଆଯାଇଥିବାରୁ ଭାରତର ଏହି ରଣନୀତି ଏବେ ଓପେକ୍‌ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(ଏଚ୍‌ପିସିଏଲ୍‌)କୁ ପଶ୍ଚିମ ଏସୀୟ ଦେଶଙ୍କ ବ୍ୟତୀତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଆମଦାନୀ ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।

Related News