Top Stories

Search here...

News

ଆଜିଠୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 08:00 AM


ଓଡ଼ିଶାରୁ ପ୍ରାୟ ୧୫୦ଟି ବସ୍  ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ର, ପଶ୍ଚିମବଙ୍ଗକୁ  ଯା’ଆସ କରିଥାଏ । ଏହି ସବୁ ବସ୍ କାଲିଠାରୁ ରାଜ୍ୟବାହାରକୁ ଯିବ ନାହିଁ କିମ୍ବା ବାହାର ରାଜ୍ୟରୁ ଓଡ଼ିଶାକୁ ଆସିବ ନାହିଁ ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି ।  ଆସନ୍ତାକାଲି ଠାରୁ ୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ବନ୍ଦ ରହିବ । ରାଜ୍ୟ ଭିତରେ ବସ୍ ଚଳାଚଳ କରିବ । ତେବେ ବସରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ ଓ କେବଳ ସିଟ୍ ଯେତିକି ସେହି ସଂଖ୍ୟକ ଯାତ୍ରୀ ଯିବେ । ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ ।

 

 

ସୂଚନାଯୋଗଗ୍ୟ, ଓଡ଼ିଶାରୁ ପ୍ରାୟ ୧୫୦ଟି ବସ୍  ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ର, ପଶ୍ଚିମବଙ୍ଗକୁ  ଯା’ଆସ କରିଥାଏ । ଏହି ସବୁ ବସ୍ କାଲିଠାରୁ ରାଜ୍ୟବାହାରକୁ ଯିବ ନାହିଁ କିମ୍ବା ବାହାର ରାଜ୍ୟରୁ ଓଡ଼ିଶାକୁ ଆସିବ ନାହିଁ । କେବଳ ରାଜ୍ୟରେ ଥିବା ୧୪ ହଜାର ବସ୍ ରାଜ୍ୟ ମଧ୍ୟରେ ଚଳାଚଳ କରିପାରିବ । ସେହିପରି ବର୍ତ୍ତମାନର ସ୍ଥିତିରେ ଘରୋଇ ବସ୍ ମାଲିକ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଟ୍ୟାକ୍ସ ଛାଡ କରିବାକୁ ସରକାରଙ୍କୁ ନିବେଦନ କରିଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୁଚନା ଦେଇଛନ୍ତି । ମେ’, ଜୁନ୍ ଓ ଜୁଲାଇ ମାସର ଟ୍ୟାକ୍ସ ଛାଡ କରିବାକୁ ସରକାରଙ୍କୁ ସଂଘ ଅନୁରୋଧ କରିଥିବା ସେ କହିଛନ୍ତି ।
 

Related News