Top Stories

Search here...

News

ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗ: ମେ ୧୯ ମଧ୍ୟରେ ଜମି ନ ଫେରାଇଲେ କଂଗ୍ରେସର ଆନ୍ଦୋଳନ  ଧମକ 

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 03:25 AM

ଘଟଣାକୁ ଗୁରୁତ୍ୱର ସହ ନେଇ ୧ ମାସ ଅର୍ଥାତ୍ ମଇ ୧୯ ସୁଦ୍ଧା ରାଜ୍ୟ ସରକାର ଯଦି ଜଟଣୀବାସୀଙ୍କୁ ନ୍ୟାୟ ନଦିଅନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ଅନ୍ୟ ପନ୍ଥା ଗ୍ରହଣ କରବାକୁ ବାଧ୍ୟ ହେବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ୨୦୧୨ ମସିହା ଠାରୁ ଦୀର୍ଘ ୯ବର୍ଷ ଧରି ନିଜ ଭିଟାମାଟି, ଘରଡିହ ଓ ଜମିବାଡ଼ି ନିଜ ନାମକୁ ଫେରାଇ ଆଣିବା ପାଇଁ ଆମେ ଜଟଣୀ ନିବାସୀ ସଂଘର୍ଷ କରୁଛୁ ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୨୦୧୨ ମସିହାରେ ଜଣେ ସେଟେଲମେଂଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୂସପଂତିକୁ ଭୁଲ ବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଆମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଏବଂ ବଡ଼ କଥା ହେଉଛି ଆମ ଅଂଚଳରେ କେନ୍ଦ୍ର ଓରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ବିନିଯୋଗ ୯ ବର୍ଷ ଧରି ହୋଇପାରୁ ନାହିଁ । ରାଜ୍ୟ ସରକାରଙ୍କ ପାଖରେ ଯେତେ ଅଭିଯୋଗ ଜଣାଇଲେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ।

 


ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ କରି ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ନିବାସୀ ନବୀନ ନିବାସ ସମ୍ମୁଖରେ ଗଣଆତ୍ମାହୁତି ଦେବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ସରକାର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ‘ଜଟଣୀ ସ୍ଥିତିବାନ ଏକରାଜ ମାହାଲ ନାଗରିକ ମଂଚ’ ପକ୍ଷରୁ ଗଣଆହ୍ମାହୁତି ନିଷ୍ପତି ପ୍ରତ୍ୟାହାର କରି ନିଆଯାଇଥିଲା । ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଏହି ମଂଚ ଗତ ଫେବୃଆରୀ ୧ ତାରିଖରେ ମୁଖ୍ୟ ଶାସନ ସଚ୍ଚିବ, ଡେଭଲପମେଣ୍ଟ କମିଶନର, ରାଜସ୍ୱ ସଚ୍ଚିବ, ଅତିରିକ୍ତ ରାଜସ୍ୱ ସଚ୍ଚିବ, ଆଇନ ସଚ୍ଚିବଙ୍କ ସହିତ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ତ୍ରୁଟି ସମ୍ପର୍କରେ ସମସ୍ତେ ଅବଗତ ହୋଇସାରିଲେଣି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚ୍ଚିବଙ୍କ ନିଦେ୍ର୍ଧଶକ୍ରମେ ଏହାର ଅନୁଧ୍ୟାନ କରି କାର୍ଯ୍ୟସଂପନ୍ନ ପାଇଁ ନିର୍ଦ୍ଧିଷ୍ଟ ଭାବେ କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ସଂପୂର୍ଣ୍ଣଭାବେ ଦାୟିତ୍ୱ ଦିଆଯାଇଛି ବୋଲି କୁହାଯାଇଛି ।

 


ଖୁବଶୀଘ୍ର ଅସଲ ଜମିମାଲିକଙ୍କ ନାମକୁ ଜମିର ମାଲିକାନା ସତ୍ୱ ପରିବର୍ତନ କରାଯିବ ବୋଲି ସଚିବମାନେ ଏହି ମଂଚକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଇତ୍ୟବସରରେ ଦୁଇମାସ ବିତି ଯାଇଥିଲେ ମଧ୍ୟ ସରକାର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଏ ପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତି ନେଇପାରି ନଥିବାରୁ ଶ୍ରୀ ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାକୁ ଗୁରୁତ୍ୱର ସହ ବି•ରକୁ ନେଇ ୧ମାସ ଅର୍ଥାତ୍ ମଇ ୧୯ ସୁଦ୍ଧା ରାଜ୍ୟ ସରକାର ଯଦି ଜଟଣୀବାସୀଙ୍କୁ ନ୍ୟାୟ ନଦିଅନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ପୁଣି ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରବାକୁ ବାଧ୍ୟ ହେବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରକାଶଥାଉକି ଜଟଣୀ ମୁ୍ୟନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର,ୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, ଓଗରସୁଅାଁ, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକ ତାଙ୍କର ପୈତୃକ ଭୂସଂପତିର ମାଲିକାନା ସତ୍ୱ ଜଗନ୍ନାଥଙ୍କ ନାମରୁ ନିଜ ନାମକୁ ପରିବର୍ତନ ପାଇଁ ଦୀର୍ଘ ଦିନ ହେବ ସଂଗ୍ରାମ ଜାରି ରଖିଛନ୍ତି । 

 

 

ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, କୋଇଲି ସୁବୁଦ୍ଧି, ଚିନ୍ମୟ ସୁନ୍ଦର ଦାସ, ସଂଗ୍ରାମ ରାଉତରାୟ, ଅଶୋକ ମଙ୍ଗରାଜ, ବିବି ବଡଜେନା, ନୌସରୀ ଅଲ୍ଲୀ, ଦେବରାଜ ବେହେରା, କଳିଙ୍ଗ ଜେନା, ଜ୍ୟୋର୍ତିମୟୀ ଛୋଟରାୟ, କୈବଲ୍ୟ ସାମନ୍ତରାୟ, ସୁଧାଂଶୁ ମୋହନ ପଟ୍ଟନାୟକ, ତପନ ଚକ୍ରବର୍ତୀ, ସୁନିଲ୍ ରାଉତରାୟ, ନୃସିଂହ ସାହୁ, ଅନନ୍ତ ବେହେରା, କଳିଙ୍ଗ ସାହୁ, ଧନେଶ୍ୱର ରାଉତରାୟ, ନିକୁଞ୍ଜ ରାଉତରାୟ, ବ୍ରଜମୋହନ ମଙ୍ଗରାଜ ଓ ବାବୁଲି କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
 

Related News