Top Stories

Search here...

News

ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମନା

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 08:59 PM

ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। 

 

BBSR Reporters


ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମନା । ଏନେଇ ସୁପ୍ରିମକୋର୍ଟ କଲେଜିୟମ କରିଥିବା ସୁପାରିସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି।  କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। ଜଷ୍ଟିସ୍ ରମନାଙ୍କୁ ୪୮ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।


ସୂଚନା ଅନୁଯାୟୀ, ଏପ୍ରିଲ ୨୩ରେ ଅବସର ନେବେ ଏବେର ପ୍ରଧାନ ବିଚାରପତି ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ। ୨୦୦୦ ମସିହାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ  ନିଯୁକ୍ତି ପାଇଥିଲେ ଜଷ୍ଟିସ ରମନା  । ପରେ  ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଜଷ୍ଟିସ ରମନା ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୨୦୧୪ ଫେବ୍ରୁଆରୀ ୧୭ ତାରିଖ ରୁ ସେ  ସୁପ୍ରିମକୋର୍ଟ ବିଚାରପତି ଭାବରେ କାର୍ଯ୍ୟ କରିଆରିଆସୁଛନ୍ତି ।
 

Related News