Top Stories

Search here...

News

ବନ୍ଧୁକ ଦେଖାଇ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ

Posted On - 1 month ago
Edited By Team BbsrReporters
LAST UPDATED Jan 19, 2022 02:29 AM

ଶିକ୍ଷକ ଯେଉଁ କାରରେ ଆସୁଥିଲେ, ସେହି ଗାଡି ସହ ତାଙ୍କୁ ଅପହରଣ କରିନେଇଥିଲେ ଦୁବୃର୍ତ, ହେଲେ ସୌଭାଗ୍ୟବଶତଃ ସେହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ସ୍ଥାନୀୟ ଲୋକେ ପିଛା କରି ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୨ ଦୁର୍ବୃତଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ।

 

 

BBSR Reporters

 

 

ଭୁବନେଶ୍ୱର: ବନ୍ଧୁକ ଦେଖାଇ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ । ଶିକ୍ଷକ ଯେଉଁ କାରରେ ଆସୁଥିଲେ, ସେହି ଗାଡି ସହ ତାଙ୍କୁ ଅପହରଣ କରିନେଇଥିଲେ ଦୁବୃର୍ତ, ହେଲେ ସୌଭାଗ୍ୟବଶତଃ ସେହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ସ୍ଥାନୀୟ ଲୋକେ ପିଛା କରି ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୨ ଦୁର୍ବୃତଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଅପହରଣର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ଜଣକ ହେଉଛନ୍ତି କେନ୍ଦୁଝର ଜଲ୍ଲ୍‌ା ତେଲକୋଇ ଥାନା କମଳାଙ୍ଗ  ଗାଁର ରବିନ୍ଦ୍ର କୁମାର ସାହୁ ।  

 

 

ସେ ଗତକାଲି ନିଜ କାର୍ ଯୋଗେ ଝାରସୁଗୁଡାରୁ ଘରକୁ ଫେରୁଥିବା ବେଳେ ଅପହରଣର ଶିକାର ହୋଇଥିଲେ । ସକାଳ ସାଢେ ୧୦ଟା ବେଳେ ଦେବଗଡ ଜିଲ୍ଲା ବାରକୋଟ୍ ଥାନା ଟୋଲ୍‌ଗେଟ ନିକଟରେ ସେ ଗାଡି ରଖି ପରିସ୍ରା କରୁଥିବା ବେଳେ ଏକ ବାଇକ୍‌ରେ ୩ ଜଣ ଯୁବକ ପହଂଚି ଶ୍ରୀ ସାହୁଙ୍କୁ ବନ୍ଧୁକ, ଭୂଜାଲି ଦେଖାଇ କାର୍ ପଛ ସିଟ୍‌ରେ ବସାଇ ଦେଇଥିଲେ । ତାଙ୍କ ଠାରୁ ମୋବାଇଲ, ପସ୍ ଏଟିଏମ୍ କାର୍ଡ ଛଡାଇ ନେଇ ବନ୍ଧୁକରେ ମୁଣ୍ଡର ପଛପଟକୁ ପିଟିଦେଇଥିଲେ । ଫଳରେ ମୁଣ୍ଡଫାଟି ପ୍ରବଳ ରକ୍ତସ୍ର୍ରାବ ହୋଇଥିଲା ।

 

 

ଶ୍ରୀ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍‌ରେ ଦ୍ରୂତଗତିରେ ପାଲଲହଡା ଆଡକୁ ନେଇ ଯାଉଥିବା ବେଳେ କାର୍‌ଟି ଜଣେ ବାଇକ୍ ଆରୋହୀଙ୍କ ସହ ଦୁର୍ଘଟଣା ଘଟାଇବାରୁ କିଛି ଯୁବକ କାରକୁ ପିଛା କରିଥିଲେ । କାରର ଆଗ ଚକା ଫାଟିଯିବାରୁ ତେଲକୋଇ ଥାନା ଅଧୀନ ନୂଆଡିହ ଛକରେ ଏକ ପୋଖରୀ ପାଖରେ ଟାୟାର ବଦଳାଉଥିଲେ ଅପହରଣକାରୀ । ଏହି ସମୟରେ  ସ୍ଥାନୀୟ ଲୋକେ ୨ ଦୁର୍ବୃତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଖସିପଳାଇଛି ।  ସମସ୍ତଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେରର ବୋଲି ଜଣାପଡିଛି ।

Related News