Top Stories

Search here...

News

ଲଖିମପୁର ହିଂସା ମାମଲା: ଯୁପି ସରକାରଙ୍କ ଏପରି କହିଲେ ସୁପ୍ରିମ କୋର୍ଟ

Posted On - 1 month ago
Edited By Prabir Kumar
LAST UPDATED Dec 03, 2021 08:14 PM

ଷ୍ଟାଟସ୍ ରିପୋର୍ଟ ବିଳମ୍ବରେ ଦାଖଲ କରିବା ନେଇ ସୁପ୍ରିମ କୋର୍ଟ ୟୁପି ସରକାର ଉପରେ ପୁଣିଥରେ ବର୍ଷିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଷ୍ଟାଟସ୍ ରିପୋର୍ଟ ବିଳମ୍ବରେ ଦାଖଲ କରିବା ନେଇ ସୁପ୍ରିମ କୋର୍ଟ ୟୁପି ସରକାର ଉପରେ ପୁଣିଥରେ ବର୍ଷିଛନ୍ତି । ସୁପ୍ରିମ୍ କୋର୍ଟ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଶେଷ ମୁହୂର୍ତ୍ତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି ।


ସୁପ୍ରିମ୍ କୋର୍ଟ ଅକ୍ଟୋବର ୨୬ ତାରିଖ ଯାଏ ଶୁଣାଣିକୁ ସ୍ଥଗିତ କରିଛନ୍ତି ଏବଂ ଦିନକ ପୂର୍ବରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ୟୁପି ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ହରିଶ ସାଲଭେ କହିଥିଲେ, ଆମେ ସବୁ ଏକ ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାଫାରେ ଦାଖଲ କରିଛୁ । ଶୁଣାଣି ଶୁକ୍ରବାର ଯାଏ ସ୍ଥଗିତ କରାଯାଉ । ଏହା ଉପରେ ସୁପ୍ରିମ୍ କୋର୍ଟ କହିଥିଲେ, ଆମକୁ ଏହି ରିପୋର୍ଟ ଏବେ ମିଳିଛି । ଆମେ ଗତ କାଲି ବିଳମ୍ବିତ ରାତି ୧ଟା ଯାଏ ଅପେକ୍ଷା କରିଥିଲୁ । ଏସବୁ କ’ଣ ଚାଲିଛି । ଏମିତି କହି ୟୁପି ସରକାର ଉପରେ ଖୁବ୍ ବର୍ଷିଥିଲେ ସୁପ୍ରିମ୍ କୋର୍ଟ । ତଥାପି ୟୁପି ସରକାରଙ୍କ ପକ୍ଷରୁ ସମସ୍ତ ସୂଚନା ନଦେବା କାରଣରୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସପ୍ତାହରେ ଘୁଞ୍ଚାଇ ଦିଆଯାଇଛି ।

 

କୋର୍ଟ କହିଛନ୍ତି, ଆପଣ ମୋଟ ୪୪ ସାକ୍ଷୀଙ୍କର ବୟାନ ଦାଖଲ କରିଛନ୍ତି, ସେଥିରୁ କେବଳ ଚାରିଜଣଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଦାୟର ହୋଇଛି । ଆଉ ବାକି ସମସ୍ତଙ୍କର ବୟାନ ମଧ୍ୟ ୧୬୪ରେ ଦାଖଲ ହେବା ଦରକାର । ସରକାର କୋର୍ଟଙ୍କ ଠାରୁ ଏଥିପାଇଁ ସମୟ ମାଗିଛନ୍ତି । ସାକ୍ଷୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ମଧ୍ୟ କହିଛନ୍ତି ।

 

ଏହି ଘଟଣାରେ ଚାରିଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ଖୋଦ୍ ମାମଲାକୁ ଗୁରୁତର ସହ ନେଇଥିଲେ ଏବଂ ପୂର୍ବ ଶୁଣାଣିରେ ତଦନ୍ତରେ ଅସନ୍ତୋଷଜନକ ଆକ୍ସନ୍ ପାଇଁ ଉତ୍ତର ପ୍ରଦେଶ ପୁଲିସକୁ ଭର୍ତ୍ସନା କରିଥିଲେ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ସାମିଲ୍ ଅଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଲଖିମପୁର ଖିରୀର ତିକୁନିଆ ଗ୍ରାମରେ ହୋଇଥିବା ଘଟଣାର ଅଭିଯୁକ୍ତ ସାବ୍ୟସ୍ତ ହେବାର ୬ ଦିନ ପରେ ପୁଲିସ୍ ଗିରଫ କରିଥିଲା । 
 


ଗତ ଶୁଣାଣିରେ କୋର୍ଟ ଏଫଆଇଆରରେ ଥିବା ଅଭିଯୁକ୍ତଙ୍କୁ ଗିରଫ ନକରିବା ଏବଂ ପଚରାଉଚରା ପାଇଁ ନୋଟିସ ପଠାଇ ପୁଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଥିଲେ । ନିରପେକ୍ଷ ତଥା ନିରପେକ୍ଷ ତଦନ୍ତ ପାଇଁ ଏହି ମାମଲା ଅନ୍ୟ କେତେକ ଏଜେନ୍ସିକୁ ହସ୍ତାନ୍ତର କରିବା ନେଇ କୋର୍ଟ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଥିଲେ । ତେବେ ଏସବୁ ବିବାଦ ଘନୀଭୂତ ହେବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।

 

ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସମଗ୍ର ମାମଲାରେ ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା । ଏଥିରେ ସିବିଆଇକୁ ମଧ୍ୟ ସମୟସୀମା ମଧ୍ୟରେ ତଦନ୍ତ କରିବାକୁ ଦାବି କରାଯାଇଥିଲା ।

 

ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷି ଆଇନ ବିରୋଧରେ ଆନେ୍ଦାଳନ କରୁଥିବା ଲୋକଙ୍କ ଉପରେ ଗାଡ଼ି ମାଡ଼ିଯାଇଥିଲା । ଯାହା ପରେ ସେଠାରେ ଆନେ୍ଦାଳନ କରୁଥିବା ଲୋକେ ଡ୍ରାଇଭର ସମେତ ତିନିଜଣ ପିଟିପିଟି ହତ୍ୟା କରିଦେଇଥିଲେ । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ମୋଟ ୮ଜଣଙ୍କର ମୃତ୍ୟୁ ହୋଇଥିଲା । 
 

Related News