Top Stories

Search here...

News

 ଉତ୍କଳ ବିଶ୍ୱବିଦ୍ୟାଳୟରେ ଡକ୍ଟରେଟ୍‍ ଡିଗ୍ରୀ ପାଇଥିବା ୫ ଓଡ଼ିଆଙ୍କ ବିଷୟରେ ଜାଣନ୍ତୁ 

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 11:08 PM

ଉତ୍କଳ  ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । 

 

BBSR Reporters


ଭୁବନେଶ୍ୱର,୩ା୪/ଏନ୍ଏନ୍ଏସ୍: ଉତ୍କଳ  ବିଶ୍ୱବିଦ୍ୟାଳୟର ପଚାଶ ତମ  ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ  ଏହି ଉପାଧି ପ୍ରଦାନ କରିଛନ୍ତି । ଆସନ୍ତ ଜାଣିବା ଡକ୍ଟରେଟ୍‍ ଡିଗ୍ରୀ ପାଇଥିବା ଏହି  ୫ ଜଣ ବ୍ୟକ୍ତିତ୍ୱଙ୍କ ବିଷୟରେ  ।

 
ଗିରୀଶଚନ୍ଦ୍ର ମୁର୍ମୁ

ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ(ସିଏଜି) ଭାବେ କାର୍ଯ୍ୟରତ ଗିରୀଶ ଚନ୍ଦ୍ର ମୁର୍ମୁ । ତାଙ୍କ ଜନ୍ମ ୧୯୫୯ ମସିହା ନଭେମ୍ବର ୨୧ରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକରେ ହୋଇଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମବିଏ ପାସ୍ କରିଛନ୍ତି । ସେହିପରି ୧୯୮୫ ମସିହାରେ ଗୁଜୁରାଟ କ୍ୟାଡର୍ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦାନ କରିଥିଲେ । ନିଜର ଦକ୍ଷତା ବଳରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଶାସନ ସଚିବଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି । ସେହିପରି ଶ୍ରୀ ମୁର୍ମୁ ଜାମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣରଭାବେ ଦାୟିତ୍ୱ ବହନ କରିଛନ୍ତି । ଏବେ ଶ୍ରୀ ମୁର୍ମୁ ‘ସିଏଜି’ ସହିତ ୟୁଏନ୍ର ପେନାଲ ଅଫ ଏକ୍ସଟାର୍ଣ୍ଣାଲ ଅଡିଟରଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।

 

ଶକ୍ତିକାନ୍ତ ଦାସ


ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଓଡ଼ିଆ ହେଉଛନ୍ତି ଶକ୍ତିକାନ୍ତ ଦାସ । ତାଙ୍କର ଜନ୍ମ ୧୯୫୭ ମସିହା ଫେବୃଆରୀ ୨୬ ତାରିଖରେ ହୋଇଥିବାବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେହିପରି ୧୯୮୦ ମସିହାରେ ତାମିଲନାଡୁ କ୍ୟାଡରର ଆଇଏଏସ୍ ଭାବେ  ଯୋଗ ଦେଇଥିଲେ । ତାମିଲନାଡ଼ୁର ଅର୍ଥନୈତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ଶ୍ରୀ ଦାସ ୨୦୧୮ ମସିହା ଡିସେମ୍ବର ୧୧ରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ଣ୍ଣରଭାବେ ଦାୟିତ୍ୱ ବହନ କରୁଛନ୍ତି । କରୋନା ପରିସ୍ଥିତିରେ ଭାରତର ଅର୍ଥନୈତିକ ସ୍ଥିତିର ମୁକାବିଲା ପାଇଁ ସେ ଗୁରୁ ଦାୟିତ୍ୱ ବହନ କରିଛନ୍ତି ।

 

ଜଷ୍ଟିସ୍‍ ସଞ୍ଜୁ ପଣ୍ଡା


ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଭାବେ କାର୍ଯ୍ୟରତ ଜଷ୍ଟିସ୍ ସଞ୍ଜୁ ପଣ୍ଡା । ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଭାବେ ମଧ୍ୟ ଦାୟିତ୍ୱ ବହନ କରିଛନ୍ତି । ତାଙ୍କର ଜନ୍ମ ୧୯୫୯ ମସିହା ଜୁଲାଇ ୧୦ରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ହୋଇଥିବାବେଳେ ସେ କଳା ଏବଂ ଆଇନ୍ ବିଷୟରେ ସ୍ନାତକ ହାସଲ କରିଛନ୍ତି । ସେ ମାର୍ଚ୍ଚ ୨୦୦୭ ମସିହା ମାର୍ଚ୍ଚ ମାସରୁ ଓଡ଼ିଶା ହାଇ କୋର୍ଟର ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।  

 

ଡ. ଅଜିତ୍‍ କୁମାର ମହାନ୍ତି

ଭାଭାା ଆଟୋମିକ୍‍ ରିସର୍ଚ୍ଚ ସେଣ୍ଟର(ବାର୍କ)ର ନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ଡ.ଅଜିତ୍ କୁମାର ଦାସ । ତାଙ୍କର ଜନ୍ମ ୧୯୫୯ ମସିହାରେ ହୋଇଥିବାବେଳେ ସେ ବାରିପଦା ସ୍ଥିତ ଏମ୍ପିସି କଲେଜରୁ ସ୍ନାତକ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଫିଜିକ୍ସିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି । ସେହିପରି ବମ୍ବେ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି । ସେ ଯୁବ ପଦାର୍ଥ ବିଜ୍ଞାନୀ ଏବଂ ଯୁବ ବୈଜ୍ଞାନିକଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଡ. ମହାନ୍ତି ମାର୍ଚ୍ଚ ୨୦୧୯ରୁ ବାର୍କର ନିଦେ୍ର୍ଧଶକଭାବେ ଦାୟିତ୍ୱ ବହନ କରି ଆସୁଛନ୍ତି ।

 

ଡ. ବିଜୟ କୁମାର ସାହୁ


ସାଇ ଇଣ୍ଟରନେସ୍ନାଲ ଏଜୁକେସନ ଗ୍ରୁପର ପ୍ରତିଷ୍ଠାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ହେଉଛନ୍ତି ଡ. ବିଜୟ କୁମାର ସାହୁ । ଡ. ସାହୁ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ଶିଳ୍ପପତି ଭାବେ ଜଣାଶୁଣା । ସେ ଚାଟାଡର଼୍ ଆକାଉଣ୍ଟାଣ୍ଟ ସହିତ ଆଇନ୍ରେ ସ୍ନାତକ, ଏମବିଏ ଏବଂ ହାର୍ବାଡ଼ ଗ୍ରଜୁଏଟ୍ ସ୍କୁଲ ଅଫ ଏଜୁକେସନରୁ ପିଏଚଡି ହାସଲ କରିଛନ୍ତି । ସେହିପରି କୁ୍ୟସିଆଇ କୁ୍ୟାଲିଟି ଚାମ୍ପିଅନ୍ସ ଆୱାଡର଼୍, ୨୦୨୦ ବର୍ଷର ଏଣ୍ଟରପ୍ରେନୁ୍ୟଅର ଅର୍ଫ ଦ ଇଅର ଭଳି ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଡ. ସାହୁ ।  

Related News