Top Stories

Search here...

News

ଲେଖାଶ୍ରୀ ସାମନ୍ତସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି: ଏଲିନା ଦାଶ 

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 05:05 AM

ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ  ବୋଲି ଏଲିନା ଦାଶ କହିଛନ୍ତି ।

 

BBSR Reporters


ଭୁବନେଶ୍ୱର: ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି । ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱାଭାବିକ ଭାବରେ ସେ ହତାଶ ଆଉ ନିରାଶ ହୋଇଯାଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଏଲିନା ଦାଶ କହିଛନ୍ତି । 

 

 

 ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ସକାଳୁ ସକାଳୁ ପ୍ରତିଦିନ ଗଣମାଧ୍ୟମକୁ ଡକେଇ କିଛି ଅବାନ୍ତର, ଭିତ୍ତିହୀନ, ମିଥ୍ୟା ବକ୍ତବ୍ୟ ଦେଉଛନ୍ତି । କରୋନା ଯୋଗୁଁ ସମସ୍ତ ଜନସାଧାରଣ ଚିନ୍ତିତ ଥିଲାବେଳେ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ହାଇଦର ବିଷୟରେ ଆଇ ମା କାହାଣୀ ଶୁଣାଉଛନ୍ତି ଏବଂ ଶ୍ରୀମତୀ ସାମନ୍ତସିଂହାର ଲୋକହସା ହେଉଛନ୍ତି ।  ଆମେ ଆଶା କରୁଛୁ ଭଗବାନ ଶ୍ରୀମତୀ ସାମନ୍ତସିଂହାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଏବଂ ନିତିଦିନିଆ ବାଚାଳାମି କରିବାରୁ ଯେ ସେ ଲୋକହସା ହେଉଛନ୍ତି ଏହା ସେ ବୁଝିପାରନ୍ତୁ ବୋଲି ଶ୍ରୀମତୀ ଦାଶ କହିଛନ୍ତି ।
 

Related News