Top Stories

Search here...

News

କୋହଳ ହେଲେ ବଢ଼ିପାରେ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

Posted On - 1 month ago
Edited By Team BbsrReporters
LAST UPDATED Oct 19, 2021 01:27 PM

ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ରିପୋର୍ଟରେ ଆମେ ଶତପ୍ରତିଶତ ନିଶ୍ଚିତ ନୋହୁଁ  । ପ୍ରତି ମଡେଲର ଅପ୍ ଓ ଡାଉନ୍ ଅଛି  । ତେଣୁ ଏହି ରିପୋର୍ଟକୁ ନେଇ ଆମେ ଆଶ୍ୱସ୍ତ ହେବା ନାହିଁ  ।

 

BBSR Reporters

 

ଭୁବନେଶ୍ୱର:ଭାରତରେ କରୋନା ମହାମାରୀ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । କିନ୍ତୁ ରାଜ୍ୟରେ କୋଭିଡ୍ ନିୟମ କୋହଳ କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି । କୋଭିଡ୍ ନିୟମ ପାଳନରେ କୋହଳ ହେଲେ ରାଜ୍ୟରେ ସଂକ୍ରମଣ ହାର ବଢ଼ିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।

 

ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ରିପୋର୍ଟରେ ଆମେ ଶତପ୍ରତିଶତ ନିଶ୍ଚିତ ନୋହୁଁ  । ପ୍ରତି ମଡେଲର ଅପ୍ ଓ ଡାଉନ୍ ଅଛି  । ତେଣୁ ଏହି ରିପୋର୍ଟକୁ ନେଇ ଆମେ ଆଶ୍ୱସ୍ତ ହେବା ନାହିଁ  ବୋଲି ସେ କହିଛନ୍ତି ।


କେରଳରେ ଏବେ ସଂକ୍ରମଣ ହାର କମୁଛି କିନ୍ତୁ ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି  । ଓଡ଼ିଶାରେ ଏବେ ସ୍ଥିତି ଭଲ ର ରହିଛି  । ସଂକ୍ରମଣ ହାର କମ୍ ରହୁଛି  । ହସ୍ପିଟାଲରେ ବେଶି ଲୋକ ନାହାଁନ୍ତି କିମ୍ବା  ଗୁରୁତର ରୋଗୀ ସଂଖ୍ୟା ବି ଅଧିକ  ନାହିଁ  । ତେଣୁ ସଂକ୍ରମଣ ଯେଭଳି ଅଧିକ ନହୁଏ ସେଥିପାଇଁ ସମସ୍ତେ ସତର୍କ ରହିବା ଜରୁରୀ  । କୋଭିଡ୍ ନିୟମକୁ ପାଳନ କରିବାରେ ଢ଼ିଲା କରିବା ଅନୁଚିତ୍  । କୋଭିଡ୍ ପୁଣିଥରେ ନୂଆ ରୂପରେ ଆସିବ ନାହିଁ ବୋଲି କେହି ଶତପ୍ରତିଶତ କହିପାରିବେ ନାହିଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି  ।

 

ସେ ଆହୁରୀ କହିଛନ୍ତି, ସେପ୍େଟମ୍ବର, ଅକ୍ଟୋବର ଓ ନଭେମ୍ବରରେ ଯେକୌଣସି ମୁହୂର୍ତ୍ତରେ ସଂକ୍ରମଣ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି  । ତେଣୁ ଏପର୍ଯ୍ୟନ୍ତ ବିପଦ ଟଳିନି  । ତେଣୁ କୋଭିଡ୍ ଗାଇଡଲାଇନ ପାଳନ ପାଇଁ ଯାହା ସବୁ ପଦକ୍ଷେପ ନିଆଯାଇଛି ତାହା ଜାରି ରହିବା ଉଚିତ୍  । ଯାହାଫଳରେ ସଂକ୍ରମଣ ବ୍ୟାପିବ ନାହିଁ  ବୋଲି ସେ କହିଛନ୍ତି ।

Related News