Top Stories

Search here...

News

କଣ୍ଟ୍ରାକ୍ଟରଙ୍କୁ ମାଡ଼ ମାରିଲେ ମନ୍ତ୍ରୀ 

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 11:21 PM

ହସ୍ପିଟାଲର ଖାଇବା କ୍ୱାଲିଟିକୁ ନେଇ ବିବାଦ

 

BBSR Reporters

ଆକୋଲା : ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (ଜିଏମ୍ସିଏଚ୍)କୁ ଖାଦ୍ୟ ଯୋଗାଉଥିବା କଣ୍ଟ୍ରାକ୍ଟରକୁ ମହାରାଷ୍ଟ୍ର ମନ୍ତ୍ରୀ ବାଚୁ କାଡୁ ମାଡ଼ ମାରିଥିବା ଅଭିଯୋଗ ଆସିଛି । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ଅତିି ନିିମ୍ନମାନ ଥିବା ସ୍ଥାନୀୟ ମିଡିଆରେ କିଛିି ରିପୋର୍ଟ ପ୍ରକାଶ ପାଇଥିଲା । ଆକୋଲା ଜିଲାକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ମନ୍ତ୍ରୀ କାଡୁ ସୋମବାର ହଠାତ୍ ପହଞ୍ଚିଥିଲେ ମେଡିକାଲରେ । ମେଡିକାଲ ଗସ୍ତ ବେଳେ ମନ୍ତ୍ରୀ ବାଚୁ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରକ୍ଷୀ ଥିଲେ । ଏହାର କାରଣ ପଚାରିଥିଲେ ଫୁଡ୍ କଣ୍ଟ୍ରାକ୍ଟରଙ୍କୁ । କିନ୍ତୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସର୍ବସମ୍ମୁଖରେ କଣ୍ଟ୍ରାକ୍ଟରଙ୍କୁ ମାଡ଼ ମାରିଥିଲେ ମନ୍ତ୍ରୀ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ।

ମେଡିକାଲରେ ଷ୍ଟକ୍ରେ କେତେ ପରିମାଣରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ଅଛି ଓ କେତେ ଖାଦ୍ୟ ଯୋଗାଯାଇଛି, ସେ ସମ୍ପର୍କରେ କୌଣସି ରେକର୍ଡ ନାହିଁ । ଏହାର ତଦନ୍ତ ପାଇଁ ଜିଲାର ସବ୍ ଡିଭିଜିନାଲ ଅଫିସରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମନ୍ତ୍ରୀ ।
 

Related News