Top Stories

Search here...

News

ମମିତା ମେହେର ନିଖୋଜ ମାମଲା; ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ 

Posted On - 1 month ago
Edited By Team BbsrReporters
LAST UPDATED Dec 02, 2021 03:47 AM

ଗୋବିନ୍ଦଙ୍କ ବିଷୟରେ ସୂଚନା ଦେଲେ ପୋଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା ।  

 

BBSR Reporters


ବଲାଙ୍ଗୀର : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ପୋଲିସ ।  ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ  ବୁଢ଼ିପଦର ଗାଁରୁ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ । ଗୋବିନ୍ଦଙ୍କ ଗାଁ ଲୋକେ ଦେଖି ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ୍ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି ।

 

ଗୋବିନ୍ଦଙ୍କ ବିଷୟରେ ସୂଚନା ଦେଲେ ପୋଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା ।  ସୋମବାର ପୁଲିସ୍ ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିବାରୁ ପୋଡ଼ା ଯାଇଥିବା ମୃତଦେହ ପାଇଥିଲା ।  ଏଥିସହ ସେଠାରୁ ପାଉଁଜି, ସୁନା ଚେନ୍ ଓ ବ୍ୟାଗ ମିଳିଥିଲା । ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । 


 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା, ସେହି ପଡ଼ିଆରେ ଷ୍ଟାଡିୟମ୍ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା । ହେଲେ ଦୁର୍ଭାଗ୍ୟକୁ ତା’ପୂର୍ବରୁ ସବୁ ପ୍ରକାର ଖେଳ ଖତମ ହୋଇଗଲା ।

 

ଶିକ୍ଷୟିତ୍ରୀ ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ୧୪ ତାରିଖରେ  ଗୋବିନ୍ଦକୁ ଉଠାଇ ଆଣିଥିଲା । ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା । ତେବେ ଗତ ୧୭ ତାରିଖରେ ହାତ ଧୋଇବା ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ ।

 

ପୁଲିସ୍ କବଜାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାକୁ ନେଇ ଜିଲ୍ଲାରେ ଆଲୋଡ଼ନ ଖେଳିଯାଇଥିଲା । ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ମଧ୍ୟ ହୋଇଥିଲା । ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା । ଏଥିପାଇଁ ପୁଲିସ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥପୁରସ୍କାର ଘୋଷଣା କରିଥିଲା ପୁଲିସ ।

Related News