Top Stories

Search here...

News

ଧରା ପଡ଼ିବା ଭୟରେ ଜାଳିଦେଲେ ଲାଞ୍ଚ ନେଇଥିବା ଟଙ୍କା

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 10:49 PM

ଚଢ଼ାଉବେଳେ ମିଳିଲା ଅଧା ଜଳି ଯାଇଥିବା ଟଙ୍କା


BBSR Reporters

 

ହାଇଦ୍ରାବାଦ : ୫ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଜଣେ ସରକାରୀ ଅଧିକାରୀ ଗିରଫ ହେବା ଭୟରେ ଟଙ୍କା ଜାଳି ଦେଇଛନ୍ତି । ତେଲେଙ୍ଗାନାର ନଗରକୁର୍ନୁଲ ଜିଲାରେ ଏଭଳି ଘଟଣା ଘଟିଛି ।

ଚଢ଼ାଉ ପୂର୍ବରୁ ଲାଞ୍ଚ ନେଇଥିବା ଅଧିକାରୀ ଘରେ ୪୬ଟି ୨ ହଜାର ଟଙ୍କା (୯୨ ହଜାର ଟଙ୍କା) ସମ୍ପୂର୍ଣ୍ଣ ପୋଡ଼ି ଦେଇଥିଲେ । ଅଧା ଜଳି ଯାଇଥିବା ବଳକା ୫୦୦ ଓ ୨ ହଜାର ଟଙ୍କିଆ ନୋଟ୍ ଉଦ୍ଧାର କରାଯାଇଥିବା ଦୁର୍ନୀତି ନିବାରଣ ବୁ୍ୟରୋ (ଏସିବି) ଅଧିକାରୀ କହିଛନ୍ତି । ଅଫିସିଆଲ ସହାୟତା ପାଇଁ ଭେଲଦାଣ୍ଡା ମଣ୍ଡଳର ତହସିଲଦାର ଜଣେ ବ୍ୟକ୍ତିଙ୍କୁ ନିିଜ ଘରୁ ଟଙ୍କା ସଂଗ୍ରହ କରିବାକୁ କହିଥିଲେ । ଅଫିସିଆଲ ସହାୟତା ଲାଗି ନୋ ଅବଜେକଶନ ସାର୍ଟିଫିକେଟ (ଏନ୍ଓସି) ଇସୁ କରାଯାଇଥିଲା । ଏହାକୁ ମାଇନ୍ସ ଓ ଭୂବିଜ୍ଞାନ ବିଭାଗକୁ ପଠାଇଥିଲେ । ଏ ନେଇ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲେ ଏସିବି ଅଧିକାରୀ । ଚଢ଼ାଉ ଖବର ପାଇବା ପରେ ଘର ସମସ୍ତ କବାଟ୍ ବନ୍ଦ କରିି ଗ୍ୟାସରେ ଟଙ୍କା ଜାଳି ଦେଇଥିଲେ । ଏ ଘଟଣାରେ ତହସିଲଦାରଙ୍କୁ ଲାଞ୍ଚ ଦାବି ଓ ଗ୍ରହଣ କରିବା ମାମଲାରେ ଗିରଫ କରାଯାଇଛି ।

Related News