Top Stories

Search here...

News

ମନିଷ ହତ୍ୟା ମାମଲା : ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ; ଚାଲିଛି ପଚରାଉଚରା

Posted On - 1 month ago
Edited By Team BbsrReporters
LAST UPDATED Dec 03, 2021 01:38 PM

ଆବଶ୍ୟକ ସ୍ଥଳେ ଯେଉଁ ଯେଉଁ ସ୍ଥାନକୁ ସେମାନେ ଯାଇଥିଲେ, ସେଠାକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯିବ ବୋଲି ଡିସିପି କହିଛନ୍ତି ।

 

 

BBSR Reporters

 

 


ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନିଷ ହତ୍ୟା ଘଟଣା ଏବେ ବି ରହସ୍ୟ ଭିତରେ ରହିଛି । ଡିସିିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀ କରି ମନିଷ ହତ୍ୟାକାଣ୍ଡ ଘଟଣାର ଯେଉଁ ଖୁଲାସା କରିଛନ୍ତି ତାହା ସନ୍ତୋଷଜନକ ନୁହେଁ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ମନିଷ ହତ୍ୟା ଘଟଣା ନେଇ ଆହୁରୀ ଅନେକ ତଥ୍ୟ ହାସଲ କରିବାକୁ ଅଛି । ସେଥି ପାଇଁ ଆମେ ୩ ହତ୍ୟାକାରୀଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛୁ ବୋଲି ଶ୍ରୀ ଦାସ ସୋମବାର ଦିନ ପୁଲିସ ସେବା ଭବନରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । 

 


୩ ଗିରଫ ହତ୍ୟାକାରୀ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟକୁ କମିଶନରେଟ୍ ପୁଲିସ ୪ଦିନିଆ ରିମାଣ୍ଡ୍‌ରେ ନେଇଛି । ସୋମବାର ଇନ୍‌ଫୋସିଟି ଥାନା ପୁଲିସର ଏକ ଟିମ୍ ଝାରପଡ଼ା ଜେଲ୍‌ରୁ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା । ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରଖି ବିଭିନ୍ନ ଦିଗକୁ ନେଇ ଜେରା ଆରମ୍ଭ କରିଛି । ଗୋଟେ ପଟେ ଠେଲାପେଲାରୁ ମନିଷଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ତେବେ ମନିଷଙ୍କୁ କିଏ ଠେଲିଲା, ମୁଖ୍ୟ ଅଭିଯୁକ୍ତ କିଏ, କେଉଁଠି ଘଟଣା ଘଟିଲା, ଏଥିରେ ଆଉ କିଏ ସାମିଲ ଅଛନ୍ତି କି, ଝଗଡ଼ାର କାରଣ ହୋଟେଲ୍ ବିଲ୍ ନା ଆଉ କିଛି, ଏଭଳି ଅନେକ ଦିଗକୁ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି କମିଶନରେଟ ପୁଲିସ । ଏସମ୍ପର୍କରେ ଭୁବନେଶ୍ୱର ଡିସିପି   ଉମାଶଙ୍କର ଦାଶ କହିଛନ୍ତି, ୩ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରୁଛି । ଆବଶ୍ୟକ ସ୍ଥଳେ ଯେଉଁ ଯେଉଁ ସ୍ଥାନକୁ ସେମାନେ ଯାଇଥିଲେ, ସେଠାକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯିବ ।

 

 

 ତଦନ୍ତରେ ଅଧିକ ପ୍ରମାଣ ଯୋଗାଡ କରିବା ସହ କୋର୍ଟରେ ବଳିଷ୍ଠ ଚାର୍ଜସିଟ୍ ପ୍ରଦାନ କରି ନ୍ୟାୟ ଦେବାରେ ସକ୍ଷମ ହେବୁ ବୋଲି ଡିସିପି କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ପୁଲିସ ଅନେକ ସ୍ଥାନରେ ଝୁଣ୍ଟିଛି । ଘଟଣାରେ ଅନ୍ୟ କେହି ଥିବା ସନ୍ଦେହ କରାଯାଉଛି । ଏମିତିକି ଚାର୍ଜସିଟ୍ କରିବା ପାଇଁ ପୁଲିସ ପାଖେ ଶକ୍ତ ପ୍ରମାଣ ମଧ୍ୟ ଲାଗିନାହିଁ । ତେଣୁ ଏସବୁକୁ ଧ୍ୟାନଦେଇ ଗିରଫ ୩ ଅଭିଯୁକ୍ତ ପୁଲିସ ରିମାଣ୍ଡରେ ଅଛନ୍ତି । ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇନ୍‌ଫୋସିଟି ଥାନା ପୁଲିସ କୋର୍ଟରେ ଆବେଦନ କରିଥିଲେ । ହେଲେ ମାନ୍ୟବର କୋର୍ଟ ୪ଦିନ ପାଇଁ ଅନୁମତି ଦେଇଛନ୍ତି । ସୋମବାର ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟରେ ହାଜର କରାଇ ପୁଲିସ ହେପାଜତକୁ ନେଇଛି । ସେମାନଙ୍କୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଜେରା କରାଯିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷେ ମନିଷଙ୍କ ବାପା ବରିଷ୍ଠ ସାମ୍ବାଦିକ ନବୀନ ଦାସ ତାଙ୍କ ୱେବଚ୍ୟାନେଲ୍‌ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ନିର୍ଭୟ ଗୁମର କଥା ମାଧ୍ୟମରେ ଭିଡିଓ ରିଲିଜ୍ କରି ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । 

 

 


ତମାଣ୍ଡୋ ପୁଲିସର ଜାଣତରେ ‘ସାଉଥ୍ ସିଟି’ ହୋଟେଲ ଚାଲୁଥିଲା ବୋଲି କହିଛନ୍ତି । ଯଦି ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ଓ ବାର୍ ଖୋଲି ନଥାନ୍ତା, ଏପରି ଘଟିନଥାନ୍ତା ବୋଲି ସେ କହିଛନ୍ତି । ଏହାସହ ମନିଷଙ୍କ ଠେଲାପେଲାରେ କେମିତି ମୃତ୍ୟୁ ହେଲା ତାହା ଭଗବାନଙ୍କୁ ଜଣା ବୋଲି କହି କମିଶନରେଟ୍ ପୁଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ।
ବହୁ ଚର୍ଚ୍ଚିତ ମନିଷ ହତ୍ୟା ଘଟଣା ସାଉଥସିଟି ବାର ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?

 


ବହୁ ଚର୍ଚ୍ଚିତ ମନିଷ ଅନୁରାଗ ହତ୍ୟା ଘଟଣାକୁ ୧୦ ଦିନ ବିତିଲା । ହତ୍ୟାକାଣ୍ଡ ଉପରୁ କମିଶନରେଟ ପୁଲିସ ପରଦା ହଟାଇ ପାରିଲା ନାହିଁ । ହତ୍ୟାକାରୀମାନଙ୍କୁ ୫ ଦିନ ଅଟକ ରଖି ତରବରିଆ ଭାବେ ଡିସିପି ଉମା ଶଙ୍କର ଦାସ ମନିଷ ହତ୍ୟା ଘଟଣାର ଖୁଲାସା କରିବାକୁ ଯାଇ ଗଣମାଧ୍ୟମ ଆଗରେ ଯେଉଁ ତଥ୍ୟ ଦେଲେ ଏଥିରେ କୌଣସି ସତ୍ୟତା ନଥିବା ଭଳି ମନେ ହେଉଛି । ଠେଲା ପେଲାରେ କୌଣସି ବ୍ୟକ୍ତିଙ୍କ କେବେ କ’ଣ ମୃତ୍ୟୁ ଘଟିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ସଠିକ ଉତ୍ତର ମଧ୍ୟ ଦେଇପାରିନଥିଲେ ଡିସିପି ଶ୍ରୀ ଦାସ ।

 

 

ଅନ୍ୟ ପଟେ ମନିଷ ହତ୍ୟା ନେଇ ପୂର୍ବରୁ ସାଉଥସିଟି ବାର୍‍ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କଥାକୁ ଅସ୍ୱୀକାର କରି ହେବ ନାହିଁ । ଏହି ବାରକୁ କୁଆଡେ ବୁଝୁଥିଲେ କନଷ୍ଟେବଳର ସଂଘର ସଭାପତି ପ୍ରସନ୍ନ ବେହେରା । ପ୍ରସନ୍ନଙ୍କ ଇସାରାରେ ଚାଲୁଥିଲା ସାଉଥସିଟି ବାର ବୋଲି ମାଲିକ ପ୍ରଦ୍ୟୁନ୍ନ ଜେନା ଗଣମାଧ୍ୟମକୁ କହିଥିଲେ । ମନିଷ ମୃତ୍ୟୁ ଘଟଣା ପାଇଁ ତମାଣ୍ଡୋ ଥାନା ଅଧିକାରୀ ମଧ୍ୟ ଏକ ପ୍ରକାର ଦାୟୀ ବୋଲି କହିବା କଥାକୁ ଅସ୍ୱୀକାର କରି ହେବ ନାହିଁ । କାରଣ ମନିଷଙ୍କ ଶେଷ କଲ ବାପା ନବୀନ ଦାସ କଥା ହୋଇଥିଲେ । ମନିଷ ବାପାଙ୍କୁ ଯେଉଁଭଳି କହିଥିଲେ ଶ୍ରୀ ଦାସ ଅନୁଭବ କରିଥିଲେ ଯେ, ମୋ ପୁଅ ବିପଦରେ ପଡିଛି । ତାର କେଇ ସେକେଣ୍ଡ ପରେ ମନିଷଙ୍କ ମୋବାଇଲ ଫୋନ ବନ୍ଦ ହୋଇଯାଇଥିଲା ।

 

ଏହା ପରେ ଶ୍ରୀ ଦାସ ରାତି ସାଢ଼େ ୪ଟା ସମୟରେ ପ୍ରଥମେ ତମାଣ୍ଡୋ ଥାନାକୁ ଫୋନ କରିଥିଲେ । ପୁଅକୁ ଅପହରଣ କରାଯାଇଥିବା ନେଇ ସବୁ ଘଟଣାକୁ ପୁଲିସ କର୍ମଚାରୀଙ୍କୁ କୁହାଯାଇଥିଲେ ମଧ୍ୟ କେହି ଶୁଣିନଥିଲେ । ସେତେବେଳେ ଯଦି ତମାଣ୍ଡୋ ଥାନାର ପିସିଆର ଭ୍ୟାନ୍‍ ଘଟଣା ସ୍ଥଳରେ ପହଞ୍ôଚ ପାରିଥାନ୍ତା ତା ହେଲେ ମନିଷର ଜୀବନ ବଞ୍ôଚଯାଇପାରିଥାନ୍ତା । ସକାଳ ସାଢ଼େ ୫ଟା ସମୟରେ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ପ୍ରାୟ ୨ ଘଣ୍ଟା ପରେ କଲ ବ୍ୟାଗ୍‍ କରିବା ସହ କ’ଣ ହେଲା ବୋଲି ପଚାରିଥିଲେ । ମନିଷକୁ ଦୁର୍ବୃତ୍ତମାନେ ଗତକାଲି ରାତିରୁ ଅପହରଣ କରି ନେଇଛନ୍ତି । ତାଙ୍କୁ ପାତ୍ରପଡା ଅଞ୍ଚଳରେ ରଖିଥିବା ସନ୍ଦେହ କରାଯାଉଛି । ଆପଣ ଟିକେ ମନିଷର ଶେଷ କଲକୁ ଟ୍ରକ କରନ୍ତୁ ନା । ଥାନା ଅଧିକାରୀ କହିଥିଲେ ଆଜି ରବିବାର କିଭଳି ହେବ । ତାର ମୋବାଇଲ ତ ବନ୍ଦ ରହିଛି । ହଉ ମୁଁ ଦେଖିଛୁ କହି ପୁଣି ଦୁଇ ଘଣ୍ଟା ଗଡାଇ ଦେଇଥିଲେ ।

 

ଏହିଭଳି ରାତି ସାଢ଼େ ୪ଟାରୁ ଦିନ ସାଢ଼େ ୧୨ ଟା ପର୍ଯ୍ୟନ୍ତ ମନିଷକୁ ଖୋଜିନଥିଲେ ତମାଣ୍ଡୋ ଥାନା ଅଧିକାରୀ । ଶେଷରେ ମନିଷଙ୍କ ପିତାଙ୍କୁ ନବୀନ ଦାସଙ୍କୁ କହିଥିଲେ ଏଠି କିଛି ଘଟଣା ଘଟିନାହିଁ ।  ସବୁ ମୂଳରେ ରହିଛି ବାର୍‍ । ବାର୍‍ର ଭୂମିକା ଏବଂ ଆଇଆଇସିଙ୍କ ଭୂମିକା ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ । ଜଣେ ଥାନା ଅଧିକାରୀଙ୍କ ଇଙ୍ଗିତରେ ରାତି ସାରା ସାଉଥସିଟି ବାର୍‍ ଚାଲିବା, ମନିଷ ଅପହରଣ ନେଇ ଭୋରୁ ଭୋରୁ ଥାନା ଅଧିକାରୀଙ୍କୁ ଜଣାଯାଇଥିଲେ ମଧ୍ୟ ସେ ନ ଜାଣିବା ଭଳି ଅଭିନୟ କରି ଚୁପ୍‍ ରହିବା ଫଳରେ ମନିଷଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିବାରେ ସଫଳ ହୋଇଥିଲେ । ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ସାଉଥସିଟି ବାର କିମ୍ବା ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମନିଷ ହତ୍ୟାକାଣ୍ଡ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କୁ ସାଉଥସିଟି ବାର୍‍ ଏବଂ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଏହି ଘଟଣାର ତଦନ୍ତ କରୁଛନ୍ତି ଡିସିପି । ଆପଣ ଡିସିପିଙ୍କୁ ପଚାରି ପାରିବେ ।

Related News