Top Stories

Search here...

News

ମନୀଷ ମୃତ୍ୟୁ ମାମଲା: ସାଉଥ୍ସିଟି ସମେତ ୩ ହୋଟେଲକୁ ହାଜିର ପାଇଁ ନୋଟିସ୍

Posted On - 1 month ago
Edited By Prabir Kumar
LAST UPDATED Dec 04, 2021 03:46 PM


କେଉଁ ପରିସ୍ଥିତିରେ, କିପରି ମନୀଷଙ୍କୁ ହତ୍ୟା କରାଗଲା ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ପାଇନଥିବାରୁ ହୋଟେଲ ମାଲିକଙ୍କୁ ପଚରାଉଚରା ପରେ କିଛି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ଆଶା କରୁଛି ।

 

 

BBSR Reporters

 

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡରେ ଅନେକ ରହସ୍ୟା ରହିଥିବା ବେଳେ ଏହା ଉପରୁ ପରଦା ହଟାଇ ପାରିନାହିଁ କମିସନରେଟ୍ ପୁଲିସ । ଆସନ୍ତାକାଲି ଅଭିଯୁକ୍ତମାନଙ୍କ ରିମାଣ୍ଡ ଶେଷ ହେଉଥିବାବେଳେ  କମିସନେରଟ୍ ପୁଲିସ ତଦନ୍ତ ଚଳାଇଛି । ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ ୯ ତାରିଖ ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ମନୀଷ ଓ ଏହି ୩ ସାଙ୍ଗ ପାତ୍ରପଡ଼ାର ହୋଟେଲ୍ ସାଉଥ୍ ସିଟି ବ୍ୟତୀତ ପଟିଆ ଓ ବମିଖାଲ୍ ଅଞ୍ଚଳରେ ଥିବା ୨ଟି ବାରକୁ ଯାଇଥିଲେ । ତେଣୁ ସେଦିନ ରାତିରେ ଏହି ତିନି ର୍ବାରେ ପ୍ରକୃତରେ କ’ଣ କ’ଣ ଘଟିଥିବା ଜାଣିବା ଲାଗି ହୋଟେଲ ସାଉଥ୍ ସିଟି ସମେତ ୩ ର୍ବା କର୍ତ୍ତୃପକ୍ଷଙ୍କୁ ହାଜିର ହେବାକୁ ନୋଟିସ୍ ଜାରି କରିଛି ପୋଲିସ ।

 

 

ଗୋଟିଏ ସୂତ୍ରର ସୂଚନା ମୁତାବକ, ସେଦିନ ରାତିରେ ଏହି ୩ଟି ହୋଟେଲ୍ର ମୋଟ ବିଲ୍ ପ୍ରାୟ ୬୭ହଜାର ଟଙ୍କା ହୋଇଥିବା ବେଳେ ସେଥିମଧ୍ୟରୁ ୩୫ହଜାର ଟଙ୍କା କେବଳ ହୋଟେଲ୍ ସାଉଥସିଟିରେ ବିଲ୍ ହୋଇଥିଲା । ୩୫ହଜାର ଟଙ୍କାରୁ ୨୦ ହଜାର ଟଙ୍କା ଅନ୍ୟତମ ଅଭିଯୁକ୍ତ ମୃତ୍ୟଞ୍ଜୟ ମିଶ୍ର ଓରଫ ମୁନ୍ନା ଦେଇଥିବା ବେଳେ ମନୀଷ ଘରୁ ୮ହଜାର ଟଙ୍କା ମଗେଇ ପେମେଣ୍ଟ କରିଥିଲେ । ମାତ୍ର ବାକି ୭ହଜାର ଟଙ୍କା ଅମ୍ରିତ କିମ୍ବା ଦିନେଶ ଦେଇଥିବା ସନେ୍ଦହ କରାଯାଉଛି । ତେବେ ଏନେଇ ପୁଲିସ ଏଯାଏ କୌଣସି ତଥ୍ୟ ପାଇନାହିଁ । ସେଦିନ ହୋଟେଲ୍ରେ କ’ଣ କ’ଣ ଘଟିଥିଲା ତା’ର ସବିଶେଷ ତଥ୍ୟ ମଗାଇଛି ପୁଲିସ । ହତ୍ୟାକାଣ୍ଡର ସମସ୍ତ ଟିକିନିଖି ତଥ୍ୟକୁ ପୁଲିସ ଲୋକଲୋଚନକୁ ଆଣିବାକୁ ଚାପ ପଡ଼ୁଥିବାରୁ ନୋଟିସ୍ ହୋଇଥିବା ୩ ହୋଟେଲ୍ ମଧ୍ୟରୁ ସାଉଥସିଟି କର୍ତ୍ତୃପକ୍ଷଙ୍କ ବୟାନ୍ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ବିଚାର କରାଯାଉଛି ।

 

 


ଅପରପକ୍ଷରେ ମନୀଷ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ମାମଲା ହୋଇଥିବାବେଳେ ଏହାଉପରେ ଗଣମାଧ୍ୟମର ନଜର ରହିଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବା ସମ୍ଭାବନା କମ୍ ଥିବା ଜଣାପଡ଼ିଛି । ସେହିଭଳି ହୋଟେଲ୍ର ସିସିଟିଭିରେ ଥିବା ରହସ୍ୟମୟୀ ଯୁବତୀଙ୍କ ଭୂମିକା ଏବେ ବି ସନେ୍ଦହ ଘେରରେ ଥିବାରୁ ଆସନ୍ତାକାଲି ହୋଟେଲ୍ କର୍ତ୍ତୃପକ୍ଷଙ୍କ ବୟାନ ଆଧାରରେ ପୁଲିସ ଉକ୍ତ ଯୁବତୀଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ସେହିଭଳି ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କ ତଦନ୍ତରେ ଉକ୍ତ ୩ ହୋଟେଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଏକ ଚିଠି ଲେଖିଥିବା ଜଣାପଡ଼ିଛି ।

 

 

ହୋଟେଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି । କେଉଁ ପରିସ୍ଥିତିରେ, କିପରି ମନୀଷଙ୍କୁ ହତ୍ୟା କରାଗଲା ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ପାଇନଥିବାରୁ ହୋଟେଲ ମାଲିକଙ୍କୁ ପଚରାଉଚରା ପରେ କିଛି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ଆଶା କରୁଛି ।

Related News