Top Stories

Search here...

News

ନାକ ତଳକୁ ମାସ୍କ ଖସିବାରୁ ଅଟୋ ଡ୍ରାଭରଙ୍କୁ ନିସ୍ତୁକ ମାଡ଼

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 10:18 AM

ସାମ୍ନାକୁ ଆସିଥିଲା ପୋଲିସର ନଷ୍ଠୁରତା ଚିତ୍ର


BBSR Reporters


ଭୋପାଳ : ମଧ୍ୟପ୍ରଦେଶରୁ ଆସିଛି ପୋଲିସର ନିଷ୍ଠୁରତାର ଚିତ୍ର । ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ କଟକଣା ଲାଗୁ କରିଛନ୍ତି । ମାସ୍କ ଠିକ୍ ସେ ନ ପିନ୍ଧିବାରୁ ଦୁଇ ଜଣ ପୋଲିସ କର୍ମୀ ଜଣେ ଅଟୋ ଡ୍ରାଇଭରଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଛନ୍ତି ।

 

ମେଡିକାଲରେ ଭର୍ତ୍ତି ହୋଇଥିବା ଅସୁସ୍ଥ ବାପାଙ୍କୁ  ଦେଖା କରିବାକୁ ଯାଉଥିବା କ୍ରିଷ୍ଣା କେୟେର ନାମକ ଜଣେ ୩୫ ବର୍ଷୀୟ ଅଟୋ ଡ୍ରାଇଭର ମାସ୍କ ପିନ୍ଧିଥିଲେ । କିନ୍ତୁ ନାକ ତଳକୁ ଖସି ଯାଇଥିଲା ତାଙ୍କ ମାସ୍କ । ଏହି ସମୟରେ ତାଙ୍କୁ ଧରି ନେଇଥିଲା ପୋଲିସ । ତାଙ୍କୁ ଥାନାକୁ ଡାକିଥିଲେ । ହେଲେ ସେ ମନା କରିବାରୁ ସେମାନେ ମାଡ଼ ମାରିବା ଆରମ୍ଭ କରିଥିଲେ । ଏହି ଘଟଣାର ଭିଡିଓ କରିଥିଲେ ପ୍ରତ୍ୟେକ୍ଷ ଦର୍ଶୀ । ଭିଡିଓରେ ଡ୍ରାଇଭରଙ୍କ ଉପରେ ବିଧା ଓ ଗୋଇଠା ବର୍ଷା କରିଥିଲେ ଦୁଇ ପୋଲିସ କର୍ମୀ । ଡ୍ରାଇଭରଙ୍କ ସହ ଥିବା ତାଙ୍କ ପୁଅ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

 

ଦିବାଲୋକରେ ରାସ୍ତା ମଝିରେ ଜଣେ ଅଟୋ ଡ୍ରାଇଭର ଉପରେ ଅତ୍ୟାଚାର ହେଉଥିବାବେଳେ କେହି ତାଙ୍କୁ ସାହାଯ୍ୟ ପାଇଁ ଆସି ନ ଥିଲେ । ଲୋକମାନେ ଛିଡ଼ା ହୋଇ ଫଟୋ ଉଠାଇଥିଲେ । ଏହି ଘଟଣାରୁ ଲୋକଙ୍କ ମାନସିକତା ଓ ଚିନ୍ତାଧାରା ଜାଣି ହେଉଛି । ଭିଡିଓ ଭାଇରାଲ ହେବା ପରେ ଘଟଣାରେ ସମ୍ପୃକ୍ତ ପୋଲିସ କର୍ମୀ (କମଲ ପ୍ରଜାପତ ଓ ଧର୍ମେନ୍ଦର ଜେଟ୍)ଙ୍କୁ ନିଲମ୍ବିତ କରାଯାଇଛି ।
 

Related News