Top Stories
Search here...
News
ଚଳନ୍ତା ଅଟୋରୁ ମେଡିକାଲ ଛାତ୍ରୀଙ୍କ ଠୁ ମୋବାଇଲ ଝାମ୍ପିନେଲେ ଲୁଟେରା
Posted On - 2 weeks ago
ଅଟୋରେ ବସି ରସୁଲଗଡ ଓଭର ବ୍ରିଜ ଉପରେ ଯାଉଥିବା ସମୟରେ ଏକ ନମ୍ବର ବିହୀନ ବାଇକ ଆସି ଦୁଇ ଲୁଟେରା ତାଙ୍କ ମୋବାଇଲ ଝାମ୍ପି ନେଇଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ।
BBSR Reporters
ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ ହୋଇଛି । ଛାତ୍ରି ଜଣଙ୍କ ଅଟୋରେ ବସି ଯାଉଥିବା ବେଳେ ଲୁାଟେରାମାନେ ତାଙ୍କ ମୋବାଇଲ ଝାମ୍ପି ନେଇଛନ୍ତି । ଏନେଇଛାତ୍ରୀ ଜଣଙ୍କ ସୋମବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଦ୍ନ୍ ଆରମ୍ଭ କିଛି । ଅଭିଯୋଗ କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ଦାମନଜୋଡି ଅଞ୍ଚଳର ସିମ୍ରନ ଲାକ୍ରା । ସେ ଏଠାରେ ଏକ ଘରୋଇ ମେଡିକାଲ କଲେଜରେ ପାଠ ପଢୁଛନ୍ତି ।
ସିମ୍ରନଙ୍କ କହିବା ମୁତାବକ, ସେ କୌଣସି ଏକ କାମରେ କଳିଙ୍ଗ ନଗରରୁ ଏକ ଅଟୋ ବୁକ କରି ରସୁଲଗଡ଼ ଆସୁଥିଲେ । ଅଟୋରେ ବସି ରସୁଲଗଡ ଓଭର ବ୍ରିଜ ଉପରେ ଯାଉଥିବା ସମୟରେ ଏକ ନମ୍ବର ବିହୀନ ବାଇକ ସେ ଆସୁଥିବା ଅଟୋକୁ ଫଲୋ କରିଥିଲା । ସେ ମୋବାଇଲ ଧରି ବସିଥିବା ବେଳେ ବାଇକ ପଛରେ ବସିଥିବା ଜଣେ ଯୁବକ ତାଙ୍କଠୁ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଅଟୋରେ ସେମାନେ ବାଇକର ପିଛା କରିଥିଲେ ମଧ୍ୟ ସେମାାନେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଶେଷରେ ଅଟୋ ଚାଳକଙ୍କ ସହ ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।