Top Stories

Search here...

News

ଟିପ ଚିହ୍ନନେଇ ନଡ଼ିଆ ଚାଷୀଙ୍କ ଟଙ୍କା ହଡ଼ପ

Posted On - 1 month ago
Edited By Team BbsrReporters
LAST UPDATED Jan 17, 2022 01:20 PM

ପିପିଲିର କ୍ଷତିଗ୍ରସ୍ଥ ନଡ଼ିଆ ଚାଷୀଙ୍କୁ ଅଢ଼େଇ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବାକୁ କହି ଚାଷୀଙ୍କ ଟିପ ଚିହ୍ନ ନେଇ ଟଙ୍କା ହଡ଼ପ ଅଭିଯୋଗ ।

 

 

BBSR Reporters

 

 

ପିପିଲି: ଟିପ ଚିହ୍ନ ନେଇ ନଡ଼ିଆ ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗ । ପିପିଲିର କମାକନ୍ତିଆ ଠାରେ ଠିକା କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ । ଅଧିକାରୀ ଜଣକ ଫନି କ୍ଷତିଗ୍ରସ୍ଥ ନଡ଼ିଆ ଚାଷୀଙ୍କ ଟିପ ଚିହ୍ନ ନେଇ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ଥ ନଡ଼ିଆ ଚାଷୀଙ୍କୁ ଅଢ଼େଇ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ଚାଷୀଙ୍କ ଟିପ ଚିହ୍ନ ନିଆଯାଇଥିଲା ।

 

 

 

ହେଲେ ଏହି ଟଙ୍କା ସେମାନଙ୍କ ଆକାଉଂଟକୁ ଯାଇନାହିଁ । ଆଉ ଟିପ ଚିହ୍ନ ନେଇ ଅଧିକାରୀ ଜଣଙ୍କ ଟଙ୍କା ହେରଫେର କରିଥିବା ଚାଷୀମାନେ ଅଭିଯୋଗ କରିବା ସହ ଅଧିକାରୀ ଜଣଙ୍କୁ ଅଟକ ରଖିଥିଲେ ।

Related News