dd dd

Top Stories

Search here...

News

ଆସିଲା, ଦେଖିଲା, ଆଇପିଏଲ ଜିତି ନେଲା ମୁମ୍ବାଇ ଇଣ୍ଡିଆନ୍ସ 

Posted On - 2 hours ago

BBSR Reporters


ଦୁବାଇ :  ଇତିହାସରେ  ଅନ୍ୟତମ ଶ୍ରେଷ୍ଠ  ଯୋଦ୍ଧା ଜୁଲିଅସ ସିଜରଙ୍କ ବୀରତ୍ୱ ସମ୍ପର୍କରେ କୁହାଯାଏ ଆସିଲା , ଦେଖିଲା , ଜିତି ନେଇଗଲା । ଠିକ କିଛି ଏଭଳି ଖେଳି ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଥର ଆଇପିଏଲ ଟ୍ରଫି ହାସଲ କରିଛି  । ଆଇପିଏଲର ୧୩ ତମ ସଂସ୍କରଣ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଦଳର ୫ମ ଆଇପିଏଲ ଟାଇଟଲ । ଆଉ ଲଗାତାର ଦ୍ଵିତୀୟ । ମଙ୍ଗଳବାର ଏଠାରେ ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି । ଅପର ପକ୍ଷେ ଶ୍ରେୟାସ ଆୟାରଙ୍କ ଦଳ ଉପ ବିଜେତା ହୋଇ ଅଭିଯାନ ଶେଷ କରିଛି । 

କେବଳ ଟସ ଛାଡି ଦେଲେ ମୁମ୍ବାଇ ପୂରା  ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲା । ମ୍ୟାଚ ଆରମ୍ଭରୁ ହିଁ  ମୁମ୍ବାଇ  ଆକ୍ରମଣ କରିଥିଲା । ଏପରି କି ଦିଲ୍ଲୀ ମାତ୍ର ୨୨ ରନରେ ୩ ଉଇକେଟ ହରାଇ ସଂକଟରେ ପଡିଯାଇଥିଲା । ଅବଶ୍ୟ ଦିଲ୍ଲୀ ଅଧିନାୟକ ଆୟାର ଓ ଉଇକେଟ କିପର ରିଷଭ  ପନ୍ତ କିଛି ସମୟ ଚେଷ୍ଟା କରିଥିଲେ । ସଫଳ ମଧ୍ୟ ହୋଇଥିଲେ । ଦୁହେଁ ୪ ର୍ଥ ଉଇକେଟ ଲାଗି ଯୋଡି ଥିଲେ ୯୬ ରନ । ତାପରେ ଉଇକେଟ ପତନ ଯୋଗୁ ୭ ଉଇକେଟ କ୍ଷତିରେ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଆୟର ୬୫ (୬ ଚୌକା ଓ ୨ ଛକା) ଓ ପନ୍ତ ୫୬ (୪ ଚୌକା ଓ ୨ ଛକା ) ରନ୍‌ ଯୋଡ଼ିଥିଲେ। ସର୍ବାଧିକ ୩ ଉଇକେଟ  ହାସଲ କରି ଥିଲେ ଟ୍ରେଣ୍ଟ ବୋଲ୍ଟ । ଆଉ ୨ ଉଇକେଟ ହାତେଇ ଥିଲେ କୁଲ୍ଟର ନାଇଲ । 

 

ଏହାପରେ ମୁମ୍ବାଇ ମ୍ୟାଚକୁ ଅତି ସହଜରେ ଜିତିବାକୁ ଇଚ୍ଛା ନେଇ ଓହ୍ଲାଇ ଥିଲା । ଆଉ ଆରମ୍ଭ ବ୍ୟାଟିଂ ଆରମ୍ଭରୁ ହିଁ ସେଇଟା ଜଣାଇ ଦେଇଥିଲେ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି କକଙ୍କ ଓପନିଂ ଯୋଡି । ଡି କକ (୨୦)ଙ୍କ  ଛୋଟ ପାଳି ଶେଷ ହେବା ପରେ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଅଧିନାୟକ ରୋହିତ ୬୮ (୫ ଚୌକା ଓ  ୪ ଛକା ) ଓ ଈଶାନ କିଷାନ ୩୩ ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ । ଦଳ ୧୮.୪ ଓଭରରେ ୫ ଉଇକେଟ ହରାଇ ୧୫୭ ରନ କରି ହାସଲ କରିଥିଲା ୫ମ ଆଇପିଏଲ ଟ୍ରଫି । ବୋଲିଂ ରେ ଦିଲ୍ଲୀର  ସବୁଠୁ ବଡ଼  ଆଶା ରଵାଡା  ପୂରା ଫେଲ ମାରିଥିଲେ  । ଚଳିତ ଆଇପିଏଲରେ  ସର୍ବାଧିକ ଉଇକେଟ ନେଇଥିବା  ଦକ୍ଷିଣ ଆଫ୍ରିକୀୟ ରଵାଡା ହାତେଇ ଥିଲେ ଗୋଟେ  ଉଇକେଟ । 

 

 

Edit by : ଅନାଦି କର

satta king tw