Top Stories

Search here...

News

ନବରାତ୍ରିରେ ବିସ୍ଫୋରଣ ଯୋଜନା, ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ପୁଲିସ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 07:38 PM

ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଦିଲ୍ଲୀ, ଗିରଫ ହେଲା ପାକିସ୍ତାନ ଆତଙ୍କବାଦୀ l

 

 

BBSR Reporters

 

 

ନୂଅ‌ାଦିଲ୍ଲୀ: ନବରାତ୍ରିରେ ବିସ୍ଫୋରଣ ଯୋଜନା କରୁଥିବା ପାକିସ୍ତାନ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ପୁଲିସ l  ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ  ଗିରଫ କରିଛି।

 

 

ସୂଚନା ଅନୁଯାୟୀ, ମହମ୍ମଦ ଜାଲ ଭାରତୀୟ ପରିଚୟ ପତ୍ର ଆଧାରରେ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହିଆସୁଥିଲା । ସେଠାରେ ରହି ଦିଲ୍ଲୀର ବିଭିନ୍ନ ସ୍ଥାନ ବିଷୟରେ ତଥ୍ୟ ନେବା ସହ ଆକ୍ରମଣର ଯୋଜନା କରୁଥିଲା । ସେ ପାକିସ୍ତାନ ଆଇଏସଆଇ ଦ୍ୱାରା ପ୍ରଶିକ୍ଷଣ ନେଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରୁ ଅନ୍ୟ ଜଣେ ସିନ୍ଦିଗ୍ଧ ଯୁବକକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଦିଲ୍ଲୀର ଏକ ମହାବିଦ୍ୟାଳୟରେ ନାମ ଲେଖାଇ ଛାତ୍ର ଭାବେ ରହୁଥିଲେ ବି କୌଣସି ଶ୍ରେଣୀରେ ଯୋଗ ନଦେବା ସହ ତାଠାରୁ ଅନେକ ମାରଣାସ୍ତ୍ର ଥିବା ସନ୍ଦେହରେ ପୁଲିସ ତାକୁ ଗିରଫ କରିଥିଲା । ପରେ ସେ ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଥିବା ସ୍ୱୀକାର କରିଥିଲା ।

 

 

ଏହି ଆତଙ୍କବାଦୀ ରାଜଧାନୀରେ ଆକ୍ରମଣ କରିବାର ଯୋଜନା ତିଆରି କରୁଥିଲା ବୋଲି ଜଣାପଡ଼ିଛି। ଗିରଫ ପରେ ମହମ୍ମଦଠାରୁ ଏକେ-୪୭, ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ କରିଛି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍। ମହମ୍ମଦକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି  ଆଇଏସଆଇ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ କରିଥିଲା ବୋଲି ଜଣାପଡ଼ିଥିବା ବେଳେ ଅଧିକ ସୂଚନା ପାଇଁ ତାକୁ ପଚରାଉଚରା କରାଯାଉଛି।

Related News