Top Stories

Search here...

News

ପ୍ରଧାନମନ୍ତ୍ରୀଙ୍କ  ଜନ୍ମଦିନରେ ଟିକାକରଣରେ ଦେଶରେ ନୂଆ ରେକର୍ଡ 

Posted On - 1 month ago
Edited By Team BbsrReporters
LAST UPDATED Oct 19, 2021 11:34 AM

ଏବେ ବି ବିଭିନ୍ନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବାରୁ ରାତି ୯ଟା ସୁଦ୍ଧା ଅଢେଇ କୋଟି ଟିକାକରଣର କରାଯିବ ବୋଲି ଆଶା କରାଯାଉଛି ।

 

BBSR Reporters

 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଦୈନିକ ଟିକାକରଣରରେ ରେକର୍ଡ କରିଛି ଭାରତ । ୪ର୍ଥ ଥର ପାଇଁ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍ ପାର କରିଛି । ଏବେ ବି ବିଭିନ୍ନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବାରୁ ରାତି ୯ଟା ସୁଦ୍ଧା ଅଢେଇ କୋଟି ଟିକାକରଣର କରାଯିବ ବୋଲି ଆଶା କରାଯାଉଛି ।


ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣର ଡୋଜ୍ ଦେଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାରଣରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି । ଗୋଟିଏ ଆକଳନ ଅନୁଯାୟୀ, ସମଗ୍ର ଦେଶରେ ପ୍ରତି ମିନିଟ୍ରେ ୪୨ ହଜାର ଡୋଜ୍ ଓ ପ୍ରତି ସେକେଣ୍ଡକୁ ୭୦୦ ଡୋଜ୍ ଟିକାକରଣ ହେଉଛି ।

 

ଏହି କାରଣରୁ ମଧ୍ୟାହ୍ନ ସୁଦ୍ଧା ଡୋଜ୍ ସଂଖ୍ୟା ୧ କୋଟି ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଶା କରିଛି ଯେ ସନ୍ଧ୍ୟା ସୁଦ୍ଧା ୨.୫ କୋଟିରୁ ଅଧିକ ଡୋଜ୍ର ଟିକାକରଣ ହେବ । ଏପରି ହେଲେ ଏହା ସମଗ୍ର ବିଶ୍ୱରେ ରେକର୍ଡ ସୃଷ୍ଟି କରିବ । କାରଣ କେଉଁଠି ବି ଆଜି ଯାଏ ଗୋଟିଏ ଦିନରେ ଏତେ ଲୋକଙ୍କୁ ଟିକାର ଡୋଜ୍ ଦିଆଯାଇ ନାହିଁ ।  ଏବେ ସୁଦ୍ଧା ଦେଶରେ ଏଯାଏ ୭୮ କୋଟିରୁ ଅଧିକ ଡୋଜ୍ର ଟିକାକରଣ ଚାଲିଛି ।

 

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଟିକାକରଣରେ ପୁଣି ନୂଆ ରେକର୍ଡ ସୃଷ୍ଟି ହୋଇଛି । ଦିନ ୧.୩୦ ସୁଦ୍ଧା ଦେଶରେ ୧ କୋଟିରୁ ଅଧିକ ଡୋଜ୍ ଟିକାକକରଣ ହୋଇଛି । ସବୁଠାରୁ କମ ସମୟରେ ଆଜି ୧ କୋଟିରୁ ଅଧିକ ଟିକାକରଣ ହୋଇପାରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ରେକର୍ଡ ପରେ ଭାଙ୍ଗି ଚାଲିଛି । ଭାରତ ତା’ର ପୂର୍ବ ୧ କୋଟି ୩୩ ଲକ୍ଷ ଟିକାକରଣର ରେକର୍ଡ ଭାଙ୍ଗି ଦେଇଛି । ମୋର ଆଶା ଆଜି ଆମେ ସବୁ ରେକର୍ଡ ଭାଙ୍ଗିବା ଓ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଭେଟିଦେବା ବୋଲି ସେ କହିଛନ୍ତି ।


 

Related News