Top Stories

Search here...

News

ଯାଁଳା ଫାଣ୍ଡି ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣା: ଡିଜିପିଙ୍କୁ ଏନ୍ଏଚ୍ଆରସିଙ୍କ ରିପୋର୍ଟ ତଲବ

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 09:48 PM

ଡିଜିପି ଶ୍ରୀ ଅଭୟଙ୍କୁ ୮ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି ନିଦେ୍ର୍ଧଶ ଦେଇଛନ୍ତି ।

 

BBSR Reporters

ଭୁବନେଶ୍ୱର: ଜଟଣୀ ଥାନା ଅନ୍ତର୍ଗତ ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ମଳିବା ଘଟଣାକୁ ୩ ମାସ ପୁରିବାକୁ ବସିଥିବା ବେଳେ ମହିଳାଙ୍କ ପରିଚୟ ଠାବ କରି ପାରିନି ପୁଲିସ । ଏପରି ସ୍ଥଳେ ମହିଳାଙ୍କୁ ହତ୍ୟା କରି ଗାଡିରେ ପକାଇ ଦେଇଥିବା ନେଇ ଜାତୀୟ ମାନବ ଅଧିକାର କମିଶନ(ଏନ୍ଏଚ୍ଆରସି) ଅଭିଯୋଗ ହୋଇଛି । ଅଭିଯୋଗକୁ ଗୁରୁତ୍ତର ସହ ନେଇ ଏନ୍ଏଚ୍ଆରସି ଡିଜିପି ଶ୍ରୀ ଅଭୟଙ୍କୁ ରିପୋର୍ଟ ତଲବ କରିଛନ୍ତି । ୮ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି ନିଦେ୍ର୍ଧଶ ଦେଇଛନ୍ତି ।

 


ମାନବ ଅଧିକାର କର୍ମୀ ଅଖଣ୍ଡ ଏନେଇ ରବିବାର ଏନ୍ଏଚ୍ଆରସିରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଅଖଣ୍ଡ ଉଲ୍ଲେଖ କରିଛନ୍ତି ଯେ, ଗତ ଫେବ୍ରୁଆରୀ ୧୨ ତାରିଖରୁ ମହିଳାଙ୍କ କଙ୍କାଳ ମିଳିଥିଲେ ମଧ୍ୟ ପୁଲିସ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲା । ଏହି ଘଟଣା ପୁଲିସର ଅବହେଳା ଯୋଗୁ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରୁ ନ ଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

 


ସୂଚନାଯୋଗ୍ୟ, ଯାଁଳା ଫାଣ୍ଡିରେ ୨୦୧୯ ମସିହାରୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ ହୋଇଥିବା ଏକ ଏସ୍ୟୁଭି କାର୍ ପଡ଼ିରହିଥିଲା । କିଛି ମାସ ପୂର୍ବରୁ ଗାଡି ନେବାକୁ କୋର୍ଟରେ ମାଲିକ ଆବେଦନ କରିଥିଲେ । ଫେବୃଆରୀ ଦ୍ୱିତୀୟ ସପ୍ତାହ ଅର୍ଥାତ୍ ୧୨ ତାରିଖରେ ଗାଡ଼ିମାଲିକ ବିପିନ ପଟ୍ଟନାୟକ ତାଙ୍କ ଗାଡ଼ି ନେବାକୁ ଆସିଥିଲେ । ସେ ଗାଡ଼ିରେ ନରକଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଲିସ କଙ୍କାଳ ଉଦ୍ଧାର କରିଥିଲେ ମଧ୍ୟ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲା । ପରେ ଘଟଣା ସମ୍ପର୍କରେ ଜଣାପଡିବାରୁ ଡିସିପି ଉମାଶଙ୍କର ଦାସ ଉକ୍ତ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ତେବେ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ୪୫ ବର୍ଷର ବୋଲି ଜଣାପଡିଥିଲା । ପରେ ପୁଲିସ ମହିଳାଙ୍କ ଏକ ଆନୁମାନିକ ସ୍କେଚ୍ ତିଆରି କରିବା ପୋଷ୍ଟର ମଧ୍ୟ ଲଗାଇଥିଲା । ଲଗାହେବା ପରେ ପୁଲିସ ପାଖକୁ ୨-୩ଦିନ ଧରି ବିଭିନ୍ନ ଅଞ୍ଚଳରୁ ଫୋନ୍କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତିମାନେ କଙ୍କାଳ ସମ୍ପର୍କରେ ଠିକ୍ ଭାବେ ସୂଚନା ଦେଇପାରୁନଥିବାରୁ ପୁଲିସ ତଦନ୍ତ ଆଗକୁ ବଢ଼ି ପାରୁ ନାହିଁ ବୋଲି ଜଣାପଡିଛି । 
 

Related News