Top Stories

Search here...

News

ନୀତି ଆୟୋଗର ରିପୋର୍ଟ; ଭୁବନେଶ୍ୱରରେ ଦୁର୍ନୀତିର ମାତ୍ରା ବେଶ ଅଧିକ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 07:21 AM

ନୀତି ଆୟୋଗର ରିପୋର୍ଟ ଅନୁସାରେ ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ ଦୁର୍ନୀତିର ମାତ୍ରା ବେଶ ଅଧିକ l

 

 

BBSR Reporters

 

 

ଭୁବନେଶ୍ୱର: ରାଜଧାନୀର ଅଲୋଡ଼ା ରେକର୍ଡ । ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ ଦୁର୍ନୀତିର ମାତ୍ରା ବେଶ ଅଧିକ ।  ନୀତି ଆୟୋଗର ଏସଡିଜି ସହରାଂଚଳ ସୂଚକାଙ୍କରେ ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ପ୍ରତି ୧ଲକ୍ଷରେ ୩ ଜଣରୁ ଅଧିକ ବ୍ୟକ୍ତି ଦୁର୍ନୀତି କରୁଥିବା ଅଭିଯୋଗ ରହିଛି ଭୁବନେଶ୍ୱରରେ । ଦୁର୍ନୀତିରେ ଭୁବନେଶ୍ୱର ପଛକୁ ରହିଛି ମହାରାଷ୍ଟ୍ରର ଔରାଙ୍ଗବାଦ ସହର । ଔରାଙ୍ଗବାଦରେ ୧ ଲକ୍ଷରେ ୨ ଜଣରୁ ଅଧିକ ଦୁର୍ନୀତି କରୁଛନ୍ତି ।

 

 

କେବଳ ଦୁର୍ନୀତି ନୁହେଁ, ଅପରାଧ ସ୍ଥିତି ବି ଉଦବେଗ ଜନକ ରହିଛି । ଦେଶର ୫୬ଟି ସହର ମଧ୍ୟରୁ ଅପରାଧ ଦୃଷ୍ଟିରୁ ବିଚାର କଲେ ଭୁବନେଶ୍ୱର ଓ ଦିଲ୍ଲୀ ଯୁଗ୍ମ ଭାବେ ସପ୍ତମ ସ୍ଥାନରେ ରହିଛନ୍ତି । ଶିଶୁ ନିଖୋଜ କ୍ଷେତ୍ରରେ ମଧ୍ୟ ଭୁବନେଶ୍ୱରର ସ୍ଥିତି ଚିନ୍ତାଜନକ ରହିଛି । ପ୍ରତି ୧୦ ହଜାରରେ ୧୦ ଜଣ ଶିଶୁ ନିଖୋଜ ହେଉଛନ୍ତି । କେବଳ ଶିଶୁ ନିଖୋଜ ନୁହେଁ, ସାଇବର ଠକେଇ ମାମଲାରେ ମଧ୍ୟ ଭୁବନେଶ୍ୱର ବେଶ ଆଗରେ ରହିଛି । ମୁମ୍ବାଇ ଠାରୁ ଆଗରେ  ରହିଛି ଭୁବନେଶ୍ୱର ।

Related News